ପୁଣି ବଢିଲା ଚିନ୍ତା : ଭାରତରେ କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ

0 225

ମୁମ୍ବାଇ: ଭାରତରେ କରୋନାର ତାଣ୍ଡବ ଏବର୍ଷ ସରିଯିବ ବୋଲି ଯାହା ଆଶା କରାଯାଉଥିଲା,ତାହା ଏବେ କ୍ଷୀଣ ହୋଇଛି । କାରଣ ଦେଶରେ କରୋନା ସ୍ଥିତି ଟିକେ ଭଲ ଥିବା ବେଳେ ଆଉ ଏକ ଭାରିଆଣ୍ଟ ଆସି ପହଞ୍ଚିଯାଇଛି । ଏହି ଭାରିଆଣ୍ଟ ବ୍ରିଟେନରେ ତାଣ୍ଡବ ରଚିବା ପରେ ଭାରତରେ ପ୍ରବେଶ କରି ଆତଙ୍କର କାରଣ ହୋଇଛି । ମୁମ୍ବାଇରେ ଏହାକୁ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ କରୋନାର ଯେତେ ଭ୍ୟାରିଏଣ୍ଟ ବାହାରିଛନ୍ତି, ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ପାଖାପାଖି ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏକ୍ସଇ ଓମିକ୍ରନର ସବ୍‌ ଭ୍ୟାରିଏଣ୍ଟ ବି.୧ ବି.୨ର ରୂପାନ୍ତିରିତ ରୂପ । ମୁମ୍ବାଇରେ ନୂଆ ଏକ୍ସଇ ଭ୍ୟାରିଏଣ୍ଟ ଚିହ୍ନଟ ହେବା ନେଇ ନୂଆ ସେରୋ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । କେବଳ ଏକ୍ସଇ ଭ୍ୟାରିଏଣ୍ଟ ନୁହେଁ, କପ୍ପା ଭ୍ୟାରିଏଣ୍ଟର ମାମଲା ବି ଚିହ୍ନଟ ହୋଇଛି । ସେରୋ ସର୍ଭେ ପାଇଁ ପଠାଯାଇଥିବା ୨୩୦ ରୋଗୀଙ୍କ ମଧ୍ୟରୁ ୨୧ ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହୋଇ ନାହିଁ କି ଅକ୍ସିଜେନ୍‌ର ସପୋର୍ଟର ଆବଶ୍ୟକତା ପଡ଼ି ନାହିଁ ବୋଲି କୁହାଯାଇଛି । ପ୍ରକାଶିତ ରିପୋର୍ଟ ଅନୁସାରେ, ୨୩୦ରୁ ୨୨୮ ସାମ୍ପଲ ଓମିକ୍ରନ ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା । ସେଥିମଧ୍ୟରୁ ଜଣଙ୍କ ଠାରେ ଏକ୍ସି ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା । ଅନ୍ୟମାନେ ସମସ୍ତେ କାପ୍ପା ଭ୍ୟାରିଏଣ୍ଟରେ ପଜିଟିଭ୍‌ ହୋଇଛନ୍ତି । ନୂତନ ଭାବେ ଚିହ୍ନଟ ହୋଇଥିବା ଢଋ ଭ୍ୟାରିଏଣ୍ଟ ଓମିକ୍ରନ ସବ ଭ୍ୟାରିଏଣ୍ଟ ଈଇ.୧ ଓ ଈଇ.୨ର ମ୍ୟୁଟେସନ । ଏହାର ସଂକ୍ରାମକ ଗତି ଈଇ.୨ ଠାରୁ ୯.୮ ପ୍ରତିଶତ ଅଧିକ । ନୂଆ ଭ୍ୟାରିଏଣ୍ଟକୁ ସହଜରେ ଚିହ୍ନଟ କରାଯାଇପାରୁ ନଥିବାରୁ ଏହାକୁ ଷ୍ଟିଲ୍ଥ ଭ୍ୟାରିଏଣ୍ଟ(ଲୁଚି ରହୁଥିବା) ବୋଲି ବି କୁହାଯାଉଛି ବୋଲି ୟୁକେ ସ୍ୱାସ୍ଥ୍ୟ ଏଜେନ୍ସି କହିଛି । ୟୁକେରେ ପ୍ରଥମେ ଜାନୁଆରୀ ୧୯ ତାରିଖରେ ଏକ୍ସଇ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା । ଏକ୍ସଇ ଭ୍ୟାରିଏଣ୍ଟ ସହିତ ବ୍ରିଟେନ୍‌ରେ ଆଉ ଦୁଇ ହାଇବ୍ରିଡ ଷ୍ଟ୍ରେନ ଏକ୍ସଇ ଚିହ୍ନଟ କରାଯାଇଛି । ଈଇ.୧ ଓ ଫ୍‌ରେଞ୍ଚ ଡେଲ୍‌ଟା ଭ୍ୟାରିଏଣ୍ଟରୁ ଏହି ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ବେଳେ ୟୁକେ ଡେଲ୍‌ଟା ଓ ଈଇ.୧ରୁ ଏକ୍ସଇ ଷ୍ଟ୍ରେନ ବିକଶିତ ହୋଇଛି ବୋଲି ସ୍ୱାସ୍ଥ୍ୟା ବିଭାଗ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

eighteen − 11 =