ଚୀନ୍‌ର ଆମନ୍ତ୍ରଣ ଉପରେ ଏମିତି ଜବାବ ରଖିଲେ ଡୋଭାଲ

0 98

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଭାରତ ଗସ୍ତରେ ଆସିଥିବା ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆଜି ଲଦାଖ ବିବାଦ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବା ପାଇଁ ଚାଇନିଜ ପ୍ରତିନିଧିମାନେ ଡୋଭାଲଙ୍କୁ ବେଜିଂ ନିମନ୍ତ୍ରଣ କରିଥିଲେ । କିନ୍ତୁ ଏହାକୁ ସେ ବେଶ ସରଳ ଭାବରେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବା ମାତ୍ରେ ଡୋଭାଲ ବେଜିଂ ଯିବେ ବୋଲି କହିଛନ୍ତି । ଡୋଭାଲଙ୍କ ସହ ଆଲୋଚନା କରିବା ପାଇଁ ଆଜି ପ୍ରାୟ ଦିନ ୧୦ଟା ବେଳେ ୱାଙ୍ଗ ୟି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ଉଭୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହା ମଧ୍ୟରେ ଲଦାଖର ଅବିଶିଷ୍ଟାଂଶରୁ ସଂପୂର୍ଣ୍ଣ ଡିସଏନଗେଜମେଣ୍ଟ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ କରିବା ଭଳି ବିଷୟକୁ ଉଭୟ ଗୁରୁତ୍ୱ ଦେଇଛନ୍ତି । ବୈଠକ ବେଳେ ସୀମା ବିବାଦର ସମାଧାନ ଶୀଘ୍ର ହେବା ସପକ୍ଷରେ ଡୋଭାଲ ମତ ରଖିଥିଲେ । ଏଥିସହ ଶାନ୍ତି ଓ ସ୍ଥିରତା ପାଇଁ କୂଟନୀତିକ ଏବଂ ସାମରିକ ଆଲୋଚନା ଜାରି ରହିବା ଉଚିତ ବୋଲି ମଧ୍ୟ ଡୋଭାଲ ଚାଇନାର ବୈଦେଶିକ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାକୁ ଚାଇନାର ପ୍ରତିନିଧିମାନେ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିଥିଲେ । ଏହି ଦୁଇ ପାକ୍ଷିକ ସମ୍ପର୍କ ଓ ବିବାଦର ସମାଧାନ ସମ୍ପର୍କିତ କଥାବାର୍ତ୍ତାକୁ ଆଗକୁ ନେବା ପାଇଁ ସେମାନେ ଡୋଭାଲଙ୍କୁ ଚାଇନା ଆସିବାକୁ ନିମନ୍ତ୍ରଣ କରିଥିଲେ । ଏହାକୁ ସେ ଗ୍ରହଣ କରିଥିଲେ ଓ କହିଥିଲେ ସଫଳତାର ସହ ବିବାଦର ସମାଧାନ ହେବା ମାତ୍ରେ ସେ ଚାଇନା ଯିବେ ।

hiranchal ad1
Leave A Reply

Your email address will not be published.

16 − eleven =