୪୫ ଦିନରେ ଭାରତ ନିର୍ମାଣ କଲା ୭ ମହଲା କୋଠା

0 128

ନୂଆଦିଲ୍ଲୀ,୧୭/୩ : ବହୁମହଲା ବିଶିଷ୍ଟ କୋଠା ନିର୍ମାଣ କ୍ଷେତ୍ରରେ ଭାରତ ରେକଡର଼୍ ସୃଷ୍ଟି କରିଛି । ମାତ୍ର ୪୫ ଦିନରେ ନିର୍ମିତ ହୋଇପାରିଛି ଏକ ସାତ ମହଲା କୋଠା । ଏହି ରେକଡର଼୍ କରିଛି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ ବା ଡିଆରଡିଓ । ବେଙ୍ଗାଲୋର ଠାରେ ବୈମାନିକ ବିକାଶ ପ୍ରତିଷ୍ଠାନ (ଏଡିଇ)ର ଉଙ୍ଗାଣ ନିୟନ୍ତ୍ରଣ ପ୍ରଣାଳୀର ବ୍ୟବହାର କରାଯାଇ ଏହି କୋଠା ନିର୍ମାଣ କରାଯାଇଛି । ଏହି କୋଠାରେ ଭାରତୀୟ ବାୟୁସେନା ତରଫରୁ ପଞ୍ଜମ ପୀଢି ପାଇଁ ଯୁଦ୍ଧ ବିମାନ ବିକଶିତ ଓ ଅନୁସନ୍ଧାନ କରିବାର ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି । ଡିଆରଡିଓର ଜଣେ ଅଧିକାରୀ କହିଛନ୍ତି କି ବେଙ୍ଗାଲୋରର ଏଡିଇରେ ବିମାନ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ହାଇବ୍ରିଡ ଟେକ୍ନୋଲୋଜୀ ମାଧ୍ୟମରେ ମାତ୍ର ୪୫ ଦିନ ମଧ୍ୟରେ ଏହି ୭ ମହଲା କୋଠା ନିର୍ମାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × three =