ଯୋଗୀ-ଅଖିଳେଶ ସାଥ୍‌ ସାଥ୍‌

0 85

ଲକ୍ଷ୍‌ନୌ: ରାଜନୀତିରେ ସବୁକିଛି ସମ୍ଭବ । ବାହାରେ ବିରୋଧ କରୁଥିବା ଅଖିଲେଶ ଓ ଯୋଗୀ ବିଧାସଭାରେ ଭିତରେ ହେଲେ ଏକାଠି । ହାତ ମିଳାଇଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଅଖିଲେଶଷଙ୍କ ସହ ହାତ ମିଳାଇବା ସହ ତାଙ୍କ ପିଠି ମଧ୍ୟ ଥାପୁଡେଇଲେ । ଅଜି ବିଧାନସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଗୃହର ନେତା ଭାବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିଛନ୍ତି । ଏକାସାଙ୍ଗରେ ବିରୋଧୀ ଦଳର ନେତା ଅଖିଳେଶ ଯାଦବ ବିଧାନସଭାରେ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ । ଶପଥ ନେବା ପରେ ଅଖିଲେଶ-ଯୋଗୀ ଏକାଠି ହୋଇଥିଲେ । ଦୁହେଁ ପରସ୍ପରକୁ ନମସ୍କାର କରିବା ପରେ ହାତ ମିଳାଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଲେଶ ଯାଦବଙ୍କ କାନ୍ଧରେ ହାତ ରଖି ତାଙ୍କ ପିଠି ଥାପୁଡେଇ ଦେଇଥିଲେ । ଏହି ସମୟରେ ଉଭୟ ହସୁଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

17 − 12 =