ନୂଆଦିଲ୍ଲୀ : ଋଷ୍ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବା ଭିତରେ ଏଭଳି କେତକ ଘଟଣା ଘଟୁଛି,ଯାହା ବେଶ୍ ରୋଚକ । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଋଷ୍ ତାର ରକେଟରୁ ସବୁଦେଶର ଜାତୀୟ ପତାକାର ଚିହ୍ନକୁ ହଟାଇ ଦେଇଛି । କେବଳ ରହିଛି ଗୋଟିଏ ଦେଶର ପତାକା,ତାହା ହେଉଛି ତ୍ରିରଙ୍ଗା । ଭାରତର ତ୍ରିରଙ୍ଗା ଯେମିତି ଥିଲା ସେମିତି ରହିଛି । ଭାରତ ବାରମ୍ବାର ଜାତିସଂଘରେ ଋଷ୍ ବିରୋଧରେ ଆଗତ ପ୍ରସ୍ତାବରେ ଭୋଟିଂରୁ ଦୁରେଇ ରହୁଛି । ଏହା ବେଶ୍ ସାରା ବିଶ୍ୱରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । ଭାରତର ଏହି ନୀତିକୁ ଋଷ୍ ସ୍ୱାଗତ କରୁଛି । ସମ୍ଭବତଃ ଏହି କାରଣରୁ ଋଷ୍ ଏଭଳି ପଦକ୍ଷେପ ନେଇଥାଇପାରେ ବୋଲି ଅନୁମାନ କରାଯାଉଛି ।