ମାଗଣା ଯୋଜନାର ଭୟାବହ ପ୍ରଭାବ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚେତାଇଦେଲେ ଅଫିସର

0 109

ନୂଆଦିଲ୍ଲୀ,୪/୪: ସରକାରଙ୍କ ମାଗଣା ଯୋଜନାକୁ ନେଇ ଗଭୀର ଉଦବେଗ ଓ ଅସନ୍ତୋଷ କରିଛନ୍ତି ଦେଶର ସଂଖ୍ୟାଧିକ ବରିଷ୍ଠ ଆଇଏଏସ ଅଫିସର । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠିଲେଖି ଏଭଳି ଯୋଜନାର ଭୟାବହ ପ୍ରଭାବ ସଂପର୍କରେ ଚେତାଇ ଦେଇଛନ୍ତି । ନିର୍ବାଚନରେ ଭୋଟ୍‌ ପାଇଁ କିଛି ରାଜ୍ୟ ସରକାରଙ୍କ ମାଗଣା ବଣ୍ଟା ଯୋଜନା ସେହି ରାଜ୍ୟ ଗୁଡିକ ପାଇଁ ବଡ ଧରଣର ଆର୍ଥିକ ସଂକଟ ସୃଷ୍ଟି କରିପାରେ । ଏପରିକି ସେମାନଙ୍କର ସ୍ଥିତି ଶ୍ରୀଲଙ୍କା ଓ ଗ୍ରୀସ୍‌ ଭଳି ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ଟପ୍‌ ବ୍ୟୁରୋକ୍ରାଟ୍‌ । ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଦେଶର କିଛି ବରିଷ୍ଠ ଆଇଏଏସ୍‌ ଅଫିସର୍‌ ଏହି ଚେତାବନୀ ଦେଇଛନ୍ତି । ବିଶେଷକରି ସେମାନେ ୫ଟି ରାଜ୍ୟର ନାଁ ନେଇଛନ୍ତି । ସେଗୁଡିକ ହେଲା ପଞ୍ଜାବ, ଦିଲ୍ଲୀ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ । ଏଠାରେ ବଣ୍ଟା ଯାଉଥିବା ମାଗଣା ଯୋଜନା ଆର୍ଥିକ ଦୃଷ୍ଟିକୋଣରୁ ଅସମ୍ଭାଳ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି । ସଚିବମାନେ ଇଂରାଜୀରେ ଏହାକୁ ‘ଅନସଷ୍ଟେନେବୁଲ’ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =