ମାଗଣା ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ : କେନ୍ଦ୍ର ଓ ଇସିଙ୍କୁ ନୋଟିସ

0 82

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଦଳମାନଙ୍କର ସବୁଠୁ କାମ । ପ୍ରଲୋଭିତ କରିବା ପାଇଁ ସେମାନେ ବିଭିନ୍ନ ତରିକା ଅବଲମ୍ବନ କରିଥାନ୍ତି । ତା ଭିତରୁ ଗୋଟିଏ ହେଲା ମାଗଣା ଯୋଜନା । ଏହି ମାଗଣା ଯୋଜନା ଏବେ କାଠଗଡ଼ାରେ । ସୁପ୍ରିମକୋର୍ଟ ଦଳଗୁଡ଼ିକର ଏଭଳି ଯୋଜନାକୁ ନେଇ କେତେକ ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ସରକାର ଓ ନିର୍ବାଚନ କମସନଙ୍କୁ ଆଜି ନୋଟିସ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ଏହି ମାଗଣା ପ୍ରତିଶ୍ରୁତିକୁ କେମିତି ଆଇନଗତ ଉପାୟରେ ରୋକା ଯାଇପାରିବ, ସେକଥା ମୁଁ ଜାଣିବାକୁ ଚାହୁଁଛି । ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ବେଳେ ଏହାକୁ ରୋକା ଯାଇପାରିବ କି? ଆସନ୍ତା ନିର୍ବାଚନ ବେଳକୁ ଏହା ପ୍ରସ୍ତୁତ ହେବା ଦରକାର । ମଗଣା ପ୍ରତିଶ୍ରୁତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ମାଗଣା ପ୍ରତିଶ୍ରୁତିର ବଜେଟ ନିୟମିତ ବଜେଟକୁ ମଧ୍ୟ ପାର କରିଯାଇଛି ବୋଲି କୋର୍ଟ କହିଛନ୍ତି । ଅଦାଲତ ପୂର୍ବରୁ ନିର୍ବାଚନ କମିଶନଙ୍କୁ ଏହା ଉପରେ ରୋକ ଲଗାଇବା ପାଇଁ ଗାଇଡଲାଇନ ଜାରି କରିବାକୁ କହିଥିଲେ । ହେଲେ କମିଶନ ରାଜନୀତିକ ଦଳଗୁଡିକ ସହ ଗୋଟିଏ ମାତ୍ର ବୈଠକ କରିଛନ୍ତି । ନିର୍ବାଚନ ପୂର୍ବରୁ ଲୋକଙ୍କ ଟଙ୍କାରେ ମାଗଣାରେ ବିଭିନ୍ନ ପ୍ରକାରର ଜିନିଷ ବାଣ୍ଟୁଥିବା କିମ୍ବା ନିର୍ବାଚନ ପରେ ମାଗଣା ଜିନିଷ ମିଳିବ ବୋଲି କହୁଥିବା ରାଜନୀତିକ ଦଳଗୁଡିକର ପଞ୍ଜୀକରଣ ଖାରଜ କରିବାକୁ ଦାବି କରି ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଏହାର ଶୁଣାଣି ବେଳେ ଆଜି ସୁପ୍ରିମକୋର୍ଟ ଏପରି କହିଛନ୍ତି । ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଇସିଙ୍କୁ ନୋଟିସ କରି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଆସନ୍ତା ୪ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ମାଗଣା ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବାକୁ ଗାଇଡଲାଇନ ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

16 + 13 =