ରେଜଲ୍ଟ ପୂର୍ବରୁ ଦଳଙ୍କୁ ଘାରିଲାଣି ଦଳବଦଳ ଭୟ

0 128

ନୂଆଦିଲ୍ଲୀ,୮/୩ : ଗତକାଲି ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ବୁଥ୍‌ ବାହୁଡ଼ା ମତ ବା ଏକ୍‌ଜିଟ ପୋଲ ଆସିବା ପରଠାରୁ ରାଜନୈତିକ ଦଳଗୁଡ଼ିକ ଖୁବ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଶେଷକରି,ଯେଉଁ ରାଜ୍ୟରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି,ସେହିସବୁ ରାଜ୍ୟରେ ମ୍ୟାଜିକ ନମ୍ବରରୁ ଅଳ୍ପ ଦୂରରେ ଥିବା ରାଜନୈତିକ ଦଳଗୁଡ଼ିକ ବ୍ୟସ୍ତ ହୋଇଛନ୍ତି । ଗୋଆ ଭଳି କେତେକ ରାଜ୍ୟରେ କଂଗ୍ରେସ କିମ୍ବା ବିଜେପି କାହାକୁ ବି ସରକାର ଗଠନ ପାଇଁ ସ୍ପଷ୍ଟ ଜନମତ ମିଳିନାହିଁ । ସରକାର ଗଠନ ପାଇଁ ସେମାନଙ୍କୁ ଘୋଡ଼ାବେପାର ଉପରେ ନିର୍ଭର କରିବାକୁ ପଡ଼ିବ । ତେବେ ନିଜ ନିଜ ଦଳରେ ଦଳବଦଳ ଭୟ ମଧ୍ୟ ସେମାନଙ୍କୁ ଘାରିଲାଣି । ମୁଖ୍ୟତଃ,ଗୋଆରେ ପୁଣି ୨୦୧୭ ଭଳି ସ୍ଥିତି ଦେଖାଦେଇଛି । ଏହି କାରଣରୁ କଂଗ୍ରେସ ଏକପ୍ରକାର ଭୟଭୀତ ଅବସ୍ଥାରେ ଅଛି । ଏକଜିଟ ପୋଲ ଅନୁଯାୟୀ, ଗୋଆରେ ଏଥର ମଧ୍ୟ ସରକାର ଗଠନ ପାଇଁ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଚୂଡାନ୍ତ ରେଜଲ୍ଟ ପ୍ରକାଶ ପୂର୍ବରୁ ବଡ ପଦକ୍ଷେପ ନେଇଛି । ଗୋଆରେ ବରିଷ୍ଠ କଂଗ୍ରେସ ନେତାମାନେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି । ଦଳବଦଳ ଆଶଙ୍କା ଥିବାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀମାନଙ୍କୁ ବିଭିନ୍ନ ହୋଟେଲକୁ ମଧ୍ୟ ନିଆଯାଇଛି । ୨୦୧୭ରେ କଂଗ୍ରେସ ଏଠାରେ ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ନଥିଲା । ଏଥର ଯେମିତି ଏହାର ପୁନରାବୃତ୍ତି ନ ହେବ, ସେଥିପାଇଁ ଦଳ ଏବେ ଠାରୁ ବଳିଷ୍ଠ ପଦକ୍ଷେପ ନେଇଛି । ପୂର୍ବରୁ କଂଗ୍ରେସ ଦଳ ବଦଳ ସମସ୍ୟାର ସମ୍ମୁଖୀନ ହୋଇଛି । ଏଥର ମଧ୍ୟ ଦଳ ବଦଳ ଆଶଙ୍କା ରହିଛି । ତେଣୁ ଦଳ ପକ୍ଷରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିବା ନେତାମାନଙ୍କୁ ଉତ୍ତର ଗୋଆରେ ଥିବା ଗୋଟିଏ ହୋଟେଲକୁ ନିଆଯାଇଛି । ଏହି ହୋଟେଲରେ ସମସ୍ତେ ଗୁରୁବାର ଭୋଟ ଗଣତି ଶେଷ ହେବା ଯାଏ ରହିବେ । ଚୂଡାନ୍ତ ରେଜଲ୍ଟ ବାହାରିବା ପରେ ସମସ୍ତଙ୍କୁ ହୋଟେଲରୁ ଯିବାକୁ ଅନୁମତି ମିଳିବ ।

hiranchal ad1
Leave A Reply

Your email address will not be published.

five × 5 =