ମାଛ ଚଳାଇଲା କାର୍‌, ଦେଖନ୍ତୁ ଭିଡିଓ

0 63

ଏହି ଶୀର୍ଷକ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ନିରାଟ ସତ୍ୟ । ଏଭଳି କାମ ସମ୍ଭବ ହୋଇଛି ଇସ୍ରାଏଲରେ । ଇସ୍ରାଏଲର ବେନ ଗୁରିଏନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ କାର ତିଆରି କରିଛନ୍ତି,ଯାହାକୁ ମାଛମାନେ ଚଳାଇପାରୁଛନ୍ତି । ଏହି କାର ମାଧ୍ୟମରେ ବୈଜ୍ଞାନିକମାନେ ଏହା ସାବ୍ୟସ୍ତ କରିବାକୁ ଚାହିଁଥିଲେ ଯେ ମାଛମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ଦିଗ ଭୁଲି ନଥାନ୍ତି । ସେମାନେ ଯେକୌଣସି ସ୍ଥିତିରେ ମଧ୍ୟ ନିଜର ଟାର୍ଗେଟକୁ ଚିହ୍ନି ପାରୁଛନ୍ତି । ବୈଜ୍ଞାନିକମାନେ ଏହି କୌଶଳରେ କେତେକ ଗୋଲ୍ଡ ଫିସକୁ ଆଣି ସ୍ୱତନ୍ତ୍ରଭାବେ ନିର୍ମିତ କାରରେ ରଖିଥିଲେ ଏବଂ ସେମାନେ କାର ଚଳାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିପାରିଥିଲେ । ତାହା ପୁଣି ସଡ଼କ ଉପରେ!ଏହା ପୂର୍ବରୁ ନେଦରଲ୍ୟାଣ୍ଡର କେତେକ ବୈଜ୍ଞାନିକ ଏଭଳି ପ୍ରୟାସ କରିଥିଲେ ।

hiring
hiranchal ad1
Leave A Reply

Your email address will not be published.

5 × three =