ଗୁଲଜାର ହେବେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

0 47

ଇସଲାମାବାଦ: ପାକିସ୍ତାନର ରାଜନୀତି ଏବେ ତରଳ ସ୍ଥିିତିରେ ଗତି କରୁଛି । ପ୍ରତିଦିନ ନୂଆ ମୋଡ଼ ନେଉଛି ରାଜନୀତି । ସଂସଦ ଭଙ୍ଗ ହେବାପରଠୁ ସ୍ଥିତି ଆହୁରି ରୋମାଞ୍ଚକର ହୋଇଉଠିଛି । ଏହାରି ଭିତରେ ଦେଶର କାମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଫୱାଦ ଚୌଧୁରୀ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି । ୨୦୧୯ରେ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ହୋଇଥିଲେ । ଫୱାଦ ଚୌଧୁରୀ ଟ୍ୱିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି । ଏହାପୂର୍ବରୁ ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସଂସଦରେ ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କୁ ଚିଠି ଲେଖି ଧାରା ୨୨୪-ଏ (୧) ଅନୁଯାୟୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ । ରାଷ୍ଟ୍ରପତି ତାଙ୍କ ଚିଠିରେ କହିଥିଲେ ଯେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ ଖାନ ପାକ୍‌ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବେ । ଜଷ୍ଟିସ ଗୁଲଜାର ଅହମ୍ମଦ ପାକିସ୍ତାନର ୨୭ତମ ପ୍ରଧାନ ବିଚାରପତି ଥିଲେ । ସେ ଡିସେମ୍ବର ୨୧, ୨୦୧୯ରେ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ଫେବ୍ରୁଆରି ୨୦୨୨ପର୍ଯ୍ୟନ୍ତ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =