ଆଉ ଅଳ୍ପ ଦିନ ପରେ ଗଣତନ୍ତ୍ର ଦିବସ : ରାଜଧାନୀରୁ ମିଳିଲା ଶକ୍ତିଶାଳୀ ବିସ୍ଫୋରକ

0 107

ଗାଜିପୁର : ସାଧାରଣତଃ ସ୍ୱାଧୀନତା ଦିବସ,ଗଣତନ୍ତ୍ର ଦିବସ,ଦିପାବଳୀ ଭଳି ଅବସରରେ ସନ୍ତ୍ରାସବାଦୀ ହମଲା ଧମକ ଆସିଥାଏ । ତେଣୁ ଏହିସବୁ ଦିବସ ଓ ଉତ୍ସବ ପୂର୍ବରୁ ପୁଲିସ ସଜାଗ ରହି କଡ଼ା ଯାଞ୍ଚ ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଏଥର ଗଣତନ୍ତ ଦିବସ ପାଖେଇ ଆସୁଥିବା ବେଳେ ପୁଳିସର ସେହିପରି ତତ୍ପରତା ଦେଖିବାକୁ ମିଳୁ ନାହିଁ । ଏହି ଅବହେଳାର ଏକ ପ୍ରମାଣ ଆଜି ଦେଖିବାକୁ ମିଳିଛି,ତାହା ପୁଣି ଖୋଦ୍‌ ରାଜଧାନୀ ଦିଳ୍ଲୀରେ । ଗଣତନ୍ତ୍ର ଦିବସ ଉତ୍ସବ ଆଉ ଦିନ କେଇଟା ଦିନ ବାକି ଥିବା ବେଳେ ଆଜି ଦିଲ୍ଲୀର ଏକ ଅଞ୍ଚଳରୁ ମିଳିଛି ବିପୁଳ ଶକ୍ତିଶାଳୀ ଆଇଇଡି ବିସ୍ଫୋରକ । ଏହି ଖବର ପ୍ରଘଟ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ବିସ୍ଫୋରକକୁ ଏକ କଳା ରଙ୍ଗର ବ୍ୟାଗ୍‌ ଭିତରେ ରଖାଯାଇଥିଲା । ଯାହାକୁ ଠିକ୍‌ ସମୟରେ ନିଷ୍କ୍ରିୟ କରାଯାଇଛି । କଣ୍ଟ୍ରୋଲ ବ୍ଲାଷ୍ଟ ଜରିଆରେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଧମାକା ଏତେ ଜୋର ଥିଲା ଯେ, ଅନେକ ଦୂର ପର୍ଯ୍ୟନ୍ତ ଏହାର ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା । ଘଟଣାକୁ ନେଇ ଦିଲ୍ଲୀରେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ରହିଛନ୍ତି । ଗାଜିପୁରରୁ ଜବତ ଆଇଆଇଡିର ଓଜନ ପ୍ରାୟ ତିନି କିଲୋ ଥିଲା । ଏନଏସଜିର ବୋମା ନିରୋଧକ ଟିମ୍‌କୁ ଦିଲ୍ଲୀ ପୋଲିସ ନିକଟରୁ ସକାଳ ପ୍ରାୟ ୧୧ଟାରେ ସୂଚନା ମିଳିଥିଲା । ଏହା ପରେ ଅପରାହ୍ନ ପ୍ରାୟ ୧ଟା୩୦ରେ ଆଠ ଫୁଟ୍‌ ଗଭୀର ଗାତରେ ଆଇଆଇଡିକୁ ନିଷ୍କ୍ରିୟ କରାଯାଇଛି । ପୂର୍ବ ଦିଲ୍ଲୀସ୍ଥିତ ଗାଜିପୁର ଫୁଲ ମଣ୍ଡିର ଏକ ନମ୍ବର ଗେଟ୍‌ ନିକଟରେ ପଡିଥିବା ଏକ କଳା ରଙ୍ଗର ଅପରିତ୍ୟକ୍ତ ବ୍ୟାଗରୁ ବିସ୍ଫୋରକ ଜବତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

three × 3 =