ଇମ୍ରାନଙ୍କୁ ବଡ ଆଶ୍ୱସ୍ତି, ପାକିସ୍ତାନରେ ହୋଇପାରେ ସାନି ନିର୍ବାଚନ

0 59

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପ୍ରସ୍ତାବକୁ ଖାରଜ କରିଛନ୍ତି ପାକିସ୍ତାନ ଉପବାଚସ୍ପତି। ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ ଆସେମ୍ବଲି ସ୍ଥଗିତ ରଖାଯାଇଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ପାଇଁ ଇମ୍ରାନ ଖାନ୍‌ ସୁପାରିସ କରିଛନ୍ତି। ଏଥିସହ ସାନି ନିର୍ବାଚନ ପାଇଁ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। ଦେଶବାସୀଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଇମ୍ରାନ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବ ଖାରଜ ପାଇଁ ଉପବାଚସ୍ପତିଙ୍କୁ କୃତଜ୍ଞତା ଜଣାଇ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ଥିବା ପୁଣି ଦୋହରାଇଛନ୍ତି ଇମ୍ରାନ।ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଦିନ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଏହା ବିରୋଧିଙ୍କ ଚାଲ୍‌ ନୁହେଁ, ବରଂ ଏହା ପଛରେ ବିଦେଶୀ ଶକ୍ତି ରହିଛି ବୋଲି ଇମ୍ରାନ ଖାନ୍‌ ଦାବି କରିଥିଲେ। ଏହି ସମୟରେ ଏପ୍ରିଲ ୧ରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ପୁଣି ଗୃହକୁ ଏପ୍ରିଲ ୩ ତାରିଖ ଯାଏଁ ମୁଲତବୀ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

1 × 1 =