ମନ ବୁଝୁନି; ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ

0 81

ଇସଲାମବାଦ: ଭାରତକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତ କିଛି ଦିନ ଧରି ଯେଭଳି ବୟାନ ଦେଉଛନ୍ତି,ସେଥିରୁ ମନେ ହେଉଛି,ଭାରତ ତାଙ୍କର ଅତି ପ୍ରିୟ ଦେଶ । ଭାରତର ସବୁ ଜିନିଷ ତାଙ୍କୁ ଏବେ ଭାରି ଭଲ ଲାଗୁଛି । ନିଜ ଦେଶର ସରକାର ଓ ସେନା ଉପରେ ବର୍ଷୁଥିବା ବେଳେ ଭାରତର ମନଖୋଲା ଗୁଣଗାନ କରୁଛନ୍ତି,ଯାହା ଅନେକଙ୍କୁ ଚକିତ କରିଛି । ଲାହୋରର ଏକ ରାଲିରେ ସମ୍ବୋଧନ କରି ଇମ୍ରାନ ଦେଶରେ ତୁରନ୍ତ ନିର୍ବାଚନ କରାଇବାକୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ଯଦି ସରକାର ନିର୍ବାଚନ ନ କରାନ୍ତି ତେବେ ତାଙ୍କ ଦଳର ସମର୍ଥକମାନେ ତାଙ୍କୁ ପୁଣିଥରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍‌ଙ୍କୁ ଗାଦିଚ୍ୟୁତ କରିଦେବେ ବୋଲି ଇମ୍ରାନ ଖାନ କହିଛନ୍ତି । ଏହି ରାଲିରେ ସେ ପାକିସ୍ତାନ ମିଲିଟାରୀ ଏଷ୍ଟାବ୍ଲିସମେଣ୍ଟ ପରୋକ୍ଷରେ ନିନ୍ଦା କରିଛନ୍ତି । ସରକାରଙ୍କୁ ନିର୍ବାଚନ କରାଇବା ପାଇଁ ସମୟ ଦେଇଥିବା ବେଳେ ତାଙ୍କୁ ଗାଦିଚ୍ୟୁତ କରି ଯେଉଁ ଭୁଲ କରିଛନ୍ତି, ନିର୍ବାଚନ ଦ୍ୱାରା ତାହା ସୁଧାରି ହେବ ବୋଲି ଇମ୍ରାନ କହିଛନ୍ତି । ମଙ୍ଗଳବାର ରାତିରେ ଇମ୍ରାନ କାନ୍‌ ଲାହୋରର ମାଇନର-ଇ ପାକିସ୍ତାନରେ ଆୟୋଜିତ ଏକ ରାଲିରେ ପିଟିଆଇ କର୍ମୀଙ୍କୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ ଭାରତକୁ ପ୍ରଶଂସା କରି କହିଥିଲେ ଯେ ଭାରତର ବିଦେଶ ନୀତି ତା ଲୋକମାନଙ୍କ ପାଇଁ, ହେଲେ ଆମର ବିଦେଶ ନୀତି ଅନ୍ୟ ଅନ୍ୟ ଲୋକମାନଙ୍କ ପାଇଁ କାହିଁକି?

hiranchal ad1
Leave A Reply

Your email address will not be published.

four × one =