ଭାରତ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା!

0 123

ୱାଶିଂଟନ: ଋଷ୍‌-ୟୁକ୍ରେନ ଯଦ୍ଧକୁ ନେଇ ଅନ୍ତର୍ଜାତୀୟ ରାଜନୀତି ନୂଆ ମୋଡ଼ ନେବାର ଆଭାସ ମିଳିଲାଣି । ବିଶେଷକରି ଆମେରିକାର ନୀତି କେତେକ ଦେଶ ପାଇଁ ଚିନ୍ତାର କାରଣ ହୋଇପାରେ । ଯୁଦ୍ଧ ବେଳେ ଜାତିସଂଘରେ ଭାରତର ଆଭିମୁଖ୍ୟ ଆମେରିକାକୁ କ୍ଷୁବ୍ଧ କରିଛି । ଭାରତର କେତେକ ନିର୍ଦ୍ଦିଷ୍ଟ ନୀତିରେ ଆମେରିକା ଏତେଦୂର ବିରକ୍ତ ହୋଇଛି ଯେ ଏହା ବର୍ତ୍ତମାନ ଭାରତ ଉପରେ କଠୋର ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ବାଇଡେନ ପ୍ରଶାସନର ଏଭଳି ବିଚାରଧାରାକୁ ଆମେରିକାର ସାଂସଦ ନାପସନ୍ଦ କରିଛନ୍ତି । ମୁଖ୍ୟତଃ ଋଷ ସହିତ ଭାରତର ଏସ୍‌-୪୦୦ ଚୁକ୍ତି ନେଇ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି । କାଟସା ଅନୁସାରେ ଭାରତ ଉପରେ ପ୍ରତିବନ୍ଧକ ଲଗାଇବା ବୋକାମିର ପରିଚୟ ହେବ ବୋଲି ଟେକ୍ସାସର ସିନେଟର ଟେଡ୍‌ କ୍ରୁଜ୍‌ କହିଛନ୍ତି । ସିନେଟର ଟେଡ୍‌ କ୍ରୁଜ କହିଛନ୍ତି, ଖବର ଶୁଣିବାକୁ ମିଳୁଛି ଯେ ବାଇଡେନ ପ୍ରଶାସନ, କାଟସା (କାଉଣ୍ଟରିଙ୍ଗ୍‌ ଆମେରିକାସ୍‌ ଏଡଭାରସାରିଜ୍‌ ଥ୍ରୁ ସାଙ୍କସନ୍ସ ଆକ୍ଟ୍‌) ଅନୁସାରେ ଭାରତ ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛି । ମୋତେ ଲାଗୁଛି ଏହା ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ ହେବ । ଗତ ଏକ ସପ୍ତାହ ମଧ୍ୟରେ ବାଇଡେନ ପ୍ରଶାସନରେ ଭାରତ ଓ ଆମେରିକା ଦ୍ୱିପାକ୍ଷୀୟ ସଂପର୍କ ଖରାପ ହୋଇଛି । ଭାରତ ଅନେକଗୁଡିଏ ବିଭାଗରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଯଥେଷ୍ଟ ଦୃଢ ହୋଇଛି । କିନ୍ତୁ ବାଇଡେନ ସରକାରଙ୍କ ସମୟରେ ଏହି ସଂପର୍କ ଦୁର୍ବଳ ହେବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

4 + six =