ୟୁକ୍ରେନରେ ଗୁଳିମାଡରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

0 271

ନୂଆଦିଲ୍ଲୀ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ପ୍ରତ୍ୟକ୍ଷ ଭାବରେ ପଡିବାର ଆରମ୍ଭ ହୋଇଗଲାଣି । ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକର ନବୀନ ବୋଲି ଜଣାପଡିଛି । ନବୀନଙ୍କ ବନ୍ଧୁମାନେ କହିଛନ୍ତି ଯେ ଆମେ ପଶ୍ଚିମ ସୀମାରେ ପହଞ୍ଚିବା ପାଇଁ ଯେତେବେଳେ ରେଳ ଷ୍ଟେସନକୁ ଟ୍ରେନ୍‌ ଧରିବାକୁ ଯାଉଥିଲେ ସେହି ସମୟରେ ଆମେ ଗୁଡିମାଡ ଶିକାର ହୋଇଥିଲୁ । ଏଥିରେ ନବୀନଙ୍କ ମୃତ୍ୟୁ ହୋଇଥିବା ସେମାନେ କହିଛନ୍ତି । ଏହି ଆକ୍ରମଣରେ କାହା ପକ୍ଷରୁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭାରତୀୟ ଛାତ୍ରମାନଙ୍କ ତରଫରୁ ଦୂତାବାସକୁ ସହାୟତା ପାଇଁ ଅନୁରୋଧ କରାଯାଇଛି । ଛାତ୍ରଙ୍କ ମୃତ୍ୟୁକୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ମଧ୍ୟ ନିଶ୍ଚିତ କରିଛନ୍ତି । ଅରିନ୍ଦମ ଟ୍ୱିଟ୍‌ କରି କହିଛନ୍ତି ଯେ ଆମେ ଆଜି ଦୁଃଖର ସହ ନିଶ୍ଚିତ କରୁଛୁ ଯେ ଖାର୍କିଭରେ ଏକ ଗୁଳି ବିନିମୟରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି । ମନ୍ତ୍ରଣାଳୟ ମୃତ ଛାତ୍ରଙ୍କ ପରିବାର ସହିତ ଯୋଗାଯୋଗରେ ଅଛି । ମନ୍ତ୍ରଣାଳୟ କହିଛି ଯେ ଏହି ଦୁଃଖଦ ଘଟଣା ସମ୍ପର୍କରେ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ ।

hiring
hiranchal ad1
Leave A Reply

Your email address will not be published.

3 × 1 =