ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

0 53

ନୂଆଦିଲ୍ଲୀ: ଭାରତ ଆସିବା ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନିକଟରେ ନଫତାଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନଙ୍କୁ ସାକ୍ଷାତ କରିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆସନ୍ତା ଏପ୍ରିଲ ୩ ତାରିଖରେ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ସେ ୩ରୁ ୫ ଏପ୍ରିଲ ଯାଏଁ ଭାରତରେ ରହିବେ । ତେବେ ଏହା ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୟାନ ଜାରି କରାଯାଇଛି । ବୟାନରେ କୁହାଯାଇଛି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ପୂରାପୁରି ଠିକ୍‌ ଅଛନ୍ତି । ସେ ନିଜ କାର୍ଯ୍ୟ ଜାରି ରଖିବେ । ତେବେ ସଂକ୍ରମିତ ହେବା ପରେ ସେ କ୍ୱାରେଣ୍ଟାଇନରେ ଅଛନ୍ତି । ସେ ଘରେ ରହି ଅଫିସ କାମ ପରିଚାଳନା କରୁଛନ୍ତି । ସେ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

20 − 4 =