ବୁଡ଼ି ବୁଡ଼ି ଯାଉଛି ଇଣ୍ଡୋନେସିଆର ଏହି ନଗରୀ

0 75

ନୂଆଦିଲ୍ଲୀ : ବିଶ୍ୱରେ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହେଉଛି ମଣିଷ । ମଣିଷର ବିଚିତ୍ର ପ୍ରକାରର କାର୍ଯ୍ୟ ଯୋଗୁ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହେଉଛି । ବିଶ୍ୱ ତାପନ ବୃଦ୍ଧିଠୁ ଆରମ୍ଭ କରି ପରିବେଶ ପ୍ରଦୂଷଣ,ସବୁଥିରେ ମଣିଷର ସଂଯମବିହୀନ କାର୍ଯ୍ୟକଳାପ କାର୍ଯ୍ୟକଳାପର ଭୂମିକା ରହୁଛି । ବିଶ୍ୱରେ ପାଣିପାଗରେ ଯେଭଳି ଭୟଙ୍କର ପରିବର୍ତ୍ତନ ଘଟୁଛି,ତାହା ବାସ୍ତବିକ ଅତି ଚିନ୍ତାର କାରଣ । ଏହି ପରିବର୍ତ୍ତନ ଜନବସତି ପ୍ରତି ଘୋର ବିପଦ ଆଣିଦେଇଛି ଏବଂ ଏହି କାରଣରୁ ବିଶ୍ୱର ବହୁ ଭାଗ ନିଶ୍ଚିହ୍ନ ହୋଇଗଲାଣି । ଆଉ କେତେକ ଭାଗ ଏବେ ଧ୍ୱଂସାଭିମୁଖୀ । ଏଭଳି ଧ୍ୱଂସର ଶିକାର ହୋଇଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା । ଏହି ନଗରୀ ଏବେ ସମୁଦ୍ରରେ ବୁଡ଼ି ବୁଡ଼ି ଯାଉଛି । ଆଉ କିଛି ବର୍ଷ ପରେ ଏହା ସଂପୂର୍ଣ୍ଣ ଭାବରେ ବିଲୀନ ହୋଇଯିବ । ଏହାକୁ ଦେଖି ସରକାର ଏବେ ନୁସନ୍ତାରାକୁ ନୂଆ ରାଜଧାନୀ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଜାକର୍ତା ସମୁଦ୍ରରେ ବୁଡିଯାଉଥିବାରୁ ଦେଶର ରାଜଧାନୀକୁ ନୁସନ୍ତାରାକୁ ଉଠାଇ ନେବା ପାଇଁ ମଙ୍ଗଳବାର ଦିନ ପାର୍ଲାମେଣ୍ଟ୍‌ ଆଇନ ପାସ୍‌ କରିଛି । ଦୀର୍ଘ ବର୍ଷ ଧରି ବିଚାରବିମର୍ଶ କରିବା ପରେ ଦେଶର ନେତାମାନେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନୂଆ ରାଜଧାନୀ ନିମନ୍ତେ ରାଷ୍ଟ୍ରପତି ଜୋକୋ ୱିଇଡୋଡୋଙ୍କ ୩୨ ବିଲିୟନ୍‌ ଡଲାର୍‌ ମୂଲ୍ୟର ଏହି ବିଶାଳ ପ୍ରକଳ୍ପରେ ରାଜଧାନୀର ବିକାଶ ପାଇଁ ଅର୍ଥ ଯୋଗାଡ ଏବଂ ଶାସନ ବ୍ୟବସ୍ଥା ମଧ୍ୟ ଧାର୍ୟ୍ୟ କରାଯାଇଛି । ରାଜଧାନୀ ସ୍ଥାନାନ୍ତର କରିବା ଯୋଜନା ରାଷ୍ଟ୍ରପତି ୨୦୧୯ରେ ପ୍ରଥମେ ଘୋଷଣା କରିଥିଲେ । ପ୍ରାୟ ୮୦ଟି ସ୍ଥାନର ନାମରୁ ୱିଇଡୋଡୋ ନୁସଂତାରାକୁ ମନୋନୀତ କରିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜାକର୍ତାରେ ବନ୍ୟା ଉପଦ୍ରୁତ ଅଞ୍ଚଳ ହୋଇପଡିବାରୁ ରାଜଧାନୀ ସ୍ଥାନାନ୍ତରଣ ଯୋଜନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 + twelve =