ଋଷ୍‌ ବିରୋଧରେ ବାହାରିଲା ଜାପାନ

0 154

ନୂଆଦିଲ୍ଲୀ,୨/୩; ଋଷ୍‌ ବିରୋଧରେ ବାହାରୁଥିବା ଦେଶଙ୍କ ସଂଖ୍ୟା କ୍ରମଶଃ ବଢୁଛି । ଆମେରିକା,ବ୍ରିଟେନ,ଫ୍ରାନ୍ସ ଆଦି ରାଷ୍ଟ୍ର ପରେ ଏବେ ଜାପାନ ଋଷ୍‌ ବିରୋଧରେ ମୁଣ୍ଡ ଟେକିଛି । ଋଷ୍‌ ବିରୋଧରେ ୟୁକ୍ରେନ ଏକ ବିଶାଳ ଅନ୍ତର୍ଜାତୀୟ ସ୍ତରୀୟ ସ୍ୱେଚ୍ଛାସେବୀ ବାହିନୀ ଗଠନ କରୁଛି । ଏଦିଗରେ ସାହାଯ୍ୟ ପାଇଁ ୟୁକ୍ରେନ ବିଭିନ୍ନ ଦେଶକୁ ଆହ୍ୱାନ ଦେଇଥିଲା । ଆଉ ଏହି ଆହ୍ୱାନକୁ ଜାପାନ ଗ୍ରହଣ କରିଛି । ଜାପାନର ଦଶ ହଜାର ଲୋକ ଏଥିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଋଷ ସୈନ୍ୟଙ୍କ ବିରୋଧରେ ଲଢିବା ପାଇଁ ଦକ୍ଷିଣ-ପଶ୍ଚିମ ଜାପାନରେ ରହୁଥିବା ୩୯ ବର୍ଷିୟ ଅଫିସ୍‌ କର୍ମଚାରୀ ଆଗକୁ ଆସିଛନ୍ତି । ବ୍ୟକ୍ତିଙ୍କ ନାଁ କିଅଚି କୁରୋଗୀ । ସେ ୟୁକ୍ରେନ ଦୂତାବାସକୁ ଯୁଦ୍ଧରେ ସାମିଲ୍‌ ହେବାନେଇ ଜଣାଇଛନ୍ତି । ସେ କହିଛନ୍ତି, ମୁଁ ଯେତେବେଳେ ୟୁକ୍ରେନର ବୃଦ୍ଧ, ପୁରୁଷ ଓ ମହିଳା ମାନେ ବନ୍ଧୁକ ଧରି ଯୁଦ୍ଧ ପାଇଁ ବାହାରିବା ଖବର ପାଇଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ସେମାନଙ୍କ ପରି କରିବି । ଦୂତାବାସ କୁରୋଗୀଙ୍କ ଯୁଦ୍ଧ ପାଇଁ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କର ଆବଶ୍ୟକ ସାମରିକ ଅଭିଜ୍ଞତାର ନାହିଁ ବୋଲି କହିଛନ୍ତି । ମଙ୍ଗଳବାର ସୁଦ୍ଧା ୭୦ ଜଣ ଜାପାନୀଜ୍‌ ଜାପାନର ଆତ୍ମରକ୍ଷା ବାହିନୀର ୫୦ ଜଣ ପୂର୍ବତନ ସଦସ୍ୟ ଯୁଦ୍ଧରେ ଲଢିବା ପାଇଁ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 5 =