ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌; ୧୬ ମୃତ, ୨୬ ଗୁରୁତର

0 329

ରାୟପୁର: ଭୟଙ୍କର ଦୁର୍ଘଟଣା। ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଏଥିରେ ପ୍ରାୟ ୧୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଝାଡଖଣ୍ଡରେ ଏଭଳି ମର୍ମନ୍ତୁ ସଡକ ଦୁର୍ଘଟଣା ଘଟିଛି। ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମଡାପାଡା ରାସ୍ତାର ପଡେରକୋଲା ଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି। ବସ୍‌ରେ ୪୦ ଜଣରୁ ଅଧିକ ଯାତ୍ରୀଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ୨୬ ଜଣ ଗୁରୁତର ହୋଇଥିବା ବେଳେ ୧୬ ଜଣଙ୍କର ଜୀବନ ଯାଇଛି। ପାକୁଡ ଏସପି ଏଚପି ଜନାର୍ଦ୍ଦନ କହିଛନ୍ତି, ୧୫ ଟି ଶବ ଜବତ ହୋଇଛି ଓ ବସ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି।

hiranchal ad1
Leave A Reply

Your email address will not be published.

six + three =