ତାଲିବାନଙ୍କୁ ବାଇଡେନଙ୍କ ଚେତାବନୀ

0 192

ନୂଆଦିଲ୍ଲୀ: କାବୁଲ ଦଖଲ ପରେ ଉତ୍ସାହିତ ତାଲିବାନ । ଲୋକଙ୍କ ଉପରେ ପୁଣି ଥର ବର୍ବରତା ଆରମ୍ଭ କରି ଦେଇଛି ତାଲିବାନ । ଆମେରିକା ସେନା ଅପସାରଣ କରିବା ଓ ତାଲିବାନଙ୍କ ଭୟରେ ଏବେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ସ୍ଥିତି ଉପରେ କଡ଼ା ନଜର ରଖିଛି ଆମେରିକା । ତାଲିବାନୀଙ୍କୁ ପୁଣି ଥରେ ଚେତେଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
ଜୋ ବାଇଡେନ୍ କହିଛନ୍ତି, ଆମେରିକା ସେନା ଆଫଗାନିସ୍ତାନରୁ ହଟିଛି । କିନ୍ତୁ ଆଫଗାନିସ୍ତାନରେ ଆତଙ୍କବାଦୀ ବିରୋଧୀ ମିଶନ ଜାରି ରହିବ । ଆତଙ୍କବାଦୀ ଗତିବିଧି ଉପରେ ନଜର ରହିବ । ଆମେରିକା ସେନା ଉପରେ ତାଲିବାନୀ ଆକ୍ରମଣ କଲେ ତାର କଡ଼ା ଦଣ୍ଡ ଭୋଗିବ ବୋଲି ଚେତେଇ ଦେଇଛନ୍ତି ବାଇଡେନ୍ ।
ସେହିପରି ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସେ କହିଛନ୍ତି କାବୁଲ ବିମାନବନ୍ଦର ଏବେ ସୁରକ୍ଷିତ ଅଛି । ଏୟାରପୋର୍ଟରେ ୬୦୦୦ ମାର୍କିନ ସୈନ୍ୟ ନିୟୋଜିତ ଅଛନ୍ତି । ବିମାନବନ୍ଦରରୁ ସେନା ସମେତ ଅନ୍ୟଦେଶର ନାଗରିକ ଚାର୍ଟର ବିମାନ ଯୋଗେ ବାହାରକୁ ଯାଇପାରିବେ ଆଫଗାନିସ୍ତାନରେ ଥିବା ଆମେରିକାର ସମସ୍ତ ଲୋକଙ୍କୁ ସୁରକ୍ଷିତ ଫେରାଇ ଅଣାଯିବ ବୋଲି ଘୋଷଣା କରିଛନ୍ତି ବାଇଡେନ୍ । ସେହିପରି ଅନ୍ୟ ଦେଶ ଲୋକ ଓ ସ୍ୱତନ୍ତ୍ର ଇମିଗ୍ରେସନ୍ ଭିସା ଜରିଆରେ ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି । ଅଗଷ୍ଟ ୧୪ ତାରିଖଠାରୁ ପାଖାପାଖି ୧୩ଶହ ଲୋକ ସୁରକ୍ଷିତ ଉଦ୍ଧାର ହେଲେଣି ।

hiranchal ad1
Leave A Reply

Your email address will not be published.

one × three =