କରୋନା ସଂକ୍ରମିତ ହେଲେ ଆଉ ୧୦ ବିଚାରପତି

0 66

ନୂଆଦିଲ୍ଲୀ: ଦେଶରେ କରୋନା ମାଡ଼ିଚାଲିଛି । ଥମିବାର ନାଁ ଧରୁନି । ସରକାରୀ,ବେସରକରୀ ଅଫିସରେ ପ୍ରବେଶ କରିସାରିଲାଣି । ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ବର୍ତ୍ତମାନ ସୁଦ୍ଧା ଚାରି ଶହରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । କେତେକ ବିଚାରପତି ହୋଇଥିବା ବେଳେ ଏବେ ଆଉ ୧୦ ଜଣ ବିଚାରପତି ଆକ୍ରାନ୍ତ ହୋଇଛନ୍ତି । ଏ ଯାଏ ସୁପ୍ରିମକୋର୍ଟର ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଛନ୍ତି । ଏଥିଯୋଗୁ ଦୈନଦିନ କାମ ବାଧାପ୍ରାପ୍ତ ହେଉଥିବା ବେଳେ ପୂରା ଘଟଣା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତିକ୍ଷଣ୍‌ ନଜର ରଖିଥିବା କୁହାଯାଇଛି । ସୁପ୍ରିମକୋର୍ଟର ୩୨ ବିଚାରପତିଙ୍କ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ବିଚାରପତି କରୋନାମୁକ୍ତ ହୋଇ ପୁଣି ଥରେ କାମରେ ଯୋଗ ଦେଇ ସାରିଛନ୍ତି । ବର୍ତ୍ତମାନ ୮ ବିଚାରପତି ପଜିଟିଭ ହୋଇଥିବା ବେଳେ ହୋମ ଆଇସୋଲେସନ୍‌ରେ ଅଛନ୍ତି । ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ସୁପ୍ରିମକୋର୍ଟ ବିଚାରପତି ଓ କର୍ମଚାରୀଙ୍କ ଚିକିତ୍ସା ନିମନ୍ତେ ନିୟୋଜିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − ten =