କୁମାର ବିଶ୍ୱାସଙ୍କୁ ୱାଇ ସ୍ତରୀୟ ସୁରକ୍ଷା

0 60

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆପ୍‌ର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । କିଛିଦିନ ତଳେ କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ସହ ଯୋଡିଥିଲେ । ଏହାକୁ ନେଇ ବେଶ ବିବାଦ ଦେଖିବାକୁ ମିଳିଛି । ଏସବୁ ଭିତରେ ହିଁ କେନ୍ଦ୍ର ସରକାର କୁମାର ବିଶ୍ୱାସଙ୍କୁ ୱାଇ ସ୍ତରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ଏପରି ବ୍ୟବସ୍ଥା ଗ୍ରହଣ କରିଛନ୍ତି । ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଅର୍ଥ କୁମାର ବିଶ୍ୱାସଙ୍କୁ ୮ ଜଣ ସୁରକ୍ଷାକର୍ମୀ ଘେରି ରହିବେ । ଏମାନଙ୍କ ମଧ୍ୟରୁ ଜଣେ କି ଦୁଇ ଜଣ କମାଣ୍ଡୋ ରହିବେ । ଏଣିକି କୁମାର ବିଶ୍ୱାସଙ୍କ ସୁରକ୍ଷା ଦାୟିତ୍ୱ ସିଆରପିଏଫ ହାତକୁ ନେବ । କିଛି ସୁରକ୍ଷାକର୍ମୀ କୁମାର ବିଶ୍ୱାସଙ୍କ ଘରେ ରହିବେ ଓ ବାକି ସେ ଯାଉଥିବା ସ୍ଥାନଗୁଡିକୁ ଯିବେ ।

hiranchal ad1
Leave A Reply

Your email address will not be published.

7 + sixteen =