ପାରିବାରିକ ଝଗଡା ଭିତରେ ଲାଲୁଙ୍କ ଘରେ ଖୁସି ଖବର

0 232

ପାଟନା: ବଡ ପୁଅକୁ ନେଇ ବିହାରର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଝଡ ସୃଷ୍ଟିି ହୋଇଥିବା ବେଳେ ଆଜି ଏକ ଖୁସି ଖବର ଆସିଛି। ଲାଲୁ ଯାଦବ ପୁଣି ଥରେ ଜେଜେବାପା ହୋଇଯାଇଛନ୍ତି। ସେହିପରି ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତେଜସ୍ବୀ ଯାଦବ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନାତିର ଜନ୍ମ ପରେ ଲାଲୁଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।
ସୂଚନାଯୋଗ୍ୟ, ତେଜସ୍ବୀ ରବିବାର କୋଲକାତା ଯାଇଥିଲେ। ସୋମବାର ଲାଲୁ ପ୍ରସାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ଏମପି ଡକ୍ଟର ମିସା ଭାରତୀ ଅନ୍ୟ ସମ୍ପର୍କୀୟମାନଙ୍କ ସହିତ କୋଲକାତାରେ ପହଞ୍ଚିଥିଲେ। ସେତେବେଳକୁ ତେଜସ୍ବୀଙ୍କ ପତ୍ନୀ ହସ୍ପିଟାଲର ପହଞ୍ଚି ସାରିଥିଲେ। ତେଜସ୍ବୀଙ୍କ ପ୍ରଥମ ସନ୍ତାନ ୨୦୨୩ ମସିହାରେ ନବରାତ୍ରିରେ ଜନ୍ମ ହୋଇଥିଲା। ସେ ଷଷ୍ଠୀ ଦିନ ଜନ୍ମ ହୋଇଥିବାରୁ, ତାଙ୍କର ନାମ କାତ୍ୟାୟନୀ ରଖାଯାଇଥିଲା।

hiranchal ad1
Leave A Reply

Your email address will not be published.

twelve + seven =