ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ ନିର୍ବାଚିତ

0 59

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ ନିର୍ବାଚିତ ହୋଇଛନ୍ତି । ଏକ କଡା ମୁକାବିଲାରେ ସେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକଙ୍କୁ ହରାଇଛନ୍ତି । ଥେରେସା ମେ ଏବଂ ମାର୍ଗରେଟ ଥେଚରଙ୍କ ପରେ ଲିଜ୍ ଟ୍ରସ ବ୍ରିଟେନର ତୃତୀୟ ମହିଲଆ ପ୍ରଧାନମନ୍ତ୍ରୀ ଭବେ ଶପଥ ନେବେ । ପ୍ରଧାନମନ୍ତ୍ରୀ ପଦ ପାଇଁ ଚୂଡାନ୍ତ ପର୍ଯ୍ୟାୟ ମତଦାନ ଗତ ଶୁକ୍ରବାର ଶେଷ ହୋଇଥିଲା । ନିର୍ବାଚନ ଶେଷ ହେବା ପୂର୍ବରୁ ପ୍ରି-ପୋଲ ସର୍ଭେରେ ଋଷି ସୁନକଙ୍କ ଠାରୁ ଲିଜ ଟ୍ରସ ବହୁ ଆଗରେ ଥିବା କୁହାଯାଇଥିଲା।

hiring

ବ୍ରିଟେନର କ୍ଷମତାଶୀନ କନଜରଭେଟିବ ପାର୍ଟି ଗତ ଦୁଇ ମାସର ଦୀର୍ଘ ପ୍ରକ୍ରିୟା ପରେ ହାଉସ ଅଫ କମନ୍ସରେ ନିଜର ନେତା ତଥା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ କରିଛି । ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବର୍ତ୍ତମାନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ମଧ୍ୟରେ ଚୂଡାନ୍ତ ଲଢେଇ ହୋଇଥିଲା। ନିର୍ବାଚନରେ ଲିଜ ଟ୍ରସଙ୍କୁ ୮୧,୨୩୬ ଭୋଟ ମିଳିଥିବା ବେଳେ ଋଷି ସୁନକଙ୍କୁ ୬୦,୩୯୯ ଭୋଟ ମିଳିଛି । ଆସନ୍ତା ମଙ୍ଗଳବାର ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

hiranchal ad1
Leave A Reply

Your email address will not be published.

5 − four =