ନିଆରା ଢଙ୍ଗରେ ବିଧାନସଭା ଆସିଲେ ବିଧାୟିକା

0 141

ରାଞ୍ଚି: ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ରାଞ୍ଚିରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ଜଣେ ବିଧାୟିକା ଆଜି ନିଆରା ଢଙ୍ଗରେ ବିଧାନସଭାକୁ ଆସିଥିଲେ । ସାଧାରଣତଃ ବିଧାୟକ,ମନ୍ତ୍ରୀମାନେ କାରରେ ଆସିଥାନ୍ତି । କିନ୍ତୁ ଆଜି ଏହି ବିଧାୟିକା ଜଣକ ଆସିଥିଲେ ଘୋଡ଼ାରେ । ଏହି ବିଧାୟିକା ଜଣକ ହେଲେ ଅମ୍ବା ପ୍ରସାଦ । ନିଜର ନିଆରା ଅନ୍ଦାଜ ପାଇଁ ସେ ପାୟ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଆଜି ମଧ୍ୟ ସେହିଭଳି ଏକ ନୂଆ ରୂପରେ ଦେଖିବାକୁ ମିଳିଥିଲା । ଘୋଡ଼ା ଚଢ଼ି ବିଧାନସଭା ଆସିଥିଲେ ଅମ୍ବା । ବଡ଼କାଗାଓଁ ଆସନରୁ ବିଧାୟିକା ଥିବା ଅମ୍ବା ବିଧାନସଭାକୁ ଘୋଡ଼ା ଚଢ଼ି ଆସିବା ବେଳେ ପରିସରକୁ ଯିବାକୁ ଅନୁମତି ଦିଆ ଯାଇନଥିଲା । ଫଳରେ ଘୋଡ଼ାକୁ ବାହାରେ ଛାଡ଼ି ବିଧାନସଭା ଭିତରକୁ ଯାଇଥିଲେ । ଅନ୍ତର୍ଜାତୀୟ ମହିଳା ଦିବସରେ ସେ ଗର୍ବ କରନ୍ତି । ପୂର୍ବ ଭଳି ମହିଳା ଦୁର୍ବଳ ନୁହନ୍ତି । ମହିଳାମାନେ କାହାରି ଠାରୁ ବି କମ୍‌ ନୁହଁନ୍ତି । ମହିଳା କେବଳ ଘର କାମ କରୁନାହାନ୍ତି, ପ୍ରତିଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଉଥିବା କହିଛନ୍ତି ଅମ୍ବା ପ୍ରସାଦ ।

hiranchal ad1
Leave A Reply

Your email address will not be published.

13 − 2 =