କୋଭିଡ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

0 123

ନୂଆଦିଲ୍ଲୀ ,୯ ।୧: ଏଣିକି କୋଭିଡ ସାର୍ଟିଫିକେଟରେ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଫଟୋ ରହିବ ନାହିଁ । ଏହାକୁ ଉଠାଇ ନିଆଯିବ । ତେବେ କେବଳ ୫ଟି ରାଜ୍ୟରେ ଏହା ହେବ । କାରଣ,ଏହି ୫ଟି ରାଜ୍ୟରେ ଆସନ୍ତା ଫେବ୍ରୁଆରିରେ ବିଧାନସଭା ହେବ । ଏଥିପାଇଁ ଭାରତର ନିର୍ବାଚନ କମିସନ ଗତକାଲି ତାରିଖ ଘୋଷଣା କରିଛନ୍ତି । ଆଉ ଏହି ତାରିଖ ଘୋଷଣା ସହ ସେହିସବୁ ରାଜ୍ୟରେ ନିର୍ବାଚଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ଏହି ରାଜ୍ୟଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର । ସୂତ୍ର ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକା ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇବା ପାଇଁ କୋୱିନ ପ୍ଲାଟଫର୍ମରେ ଫିଲଟର ଲଗାଯିବ । ନିର୍ବାଚନ ଆୟୋଗ ଶନିବାର ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ଯାଏଁ ଭୋଟ୍‌ ଗ୍ରହଣ ହେବା ସହ ମାର୍ଚ୍ଚ ୧୦ରେ ଭୋଟ୍‌ ଗଣତି ସହ ଫଳ ପ୍ରକାଶ ପାଇବ । ଏହି ସମୟରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇ ପାରିବ ନାହିଁ । କୌଣସି ଯୋଜନା ଘୋଷଣା କରାଯାଇ ପାରିବ ନାହିଁ । ୟୁପି ସମେତ ସମସ୍ତ ୫ ରାଜ୍ୟରେ ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ପ୍ରକାରର ରାଲି, ରୋଡ୍‌ ଶୋ, ବାଇକ୍‌ ରାଲି, ଜନସଭା ଉପରେ ରୋକ୍‌ ଲଗାଯାଇଛି । କେବଳ ଭର୍‌ଚୁଆଲ ରାଲିକୁ ଆୟୋଗ ଅନୁମତି ଦେଇଛନ୍ତି । ଜାନୁଆରୀ ୧୫ରେ ପରିସ୍ଥିତି ସମୀକ୍ଷା କରାଯିବ । ଯଦି ସ୍ଥିତି ନିୟନ୍ତ୍ରଣରେ ଥିବ ତେବେ କଟକଣାରେ କିଛି କୋହଳ କରାଯିବ ।

hiranchal ad1
Leave A Reply

Your email address will not be published.

1 × five =