ମୋଦୀଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ

0 85

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ସେନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ ପୁଟିନ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ଏହା ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡ଼ିଛି । ନୂଆଦିଲ୍ଲୀସ୍ଥିତ ୟୁକ୍ରେନ ଦୂତାବାସ ପକ୍ଷରୁ ସହାୟତା ଲୋଡ଼ାଯାଇଛି । ସମ୍ପ୍ରତିକ ପରିସ୍ଥିତିରେ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ଋଷିଆ ସହ ଭାରତର ଭଲ ସମ୍ପର୍କ ରହିଛି । ଏଭଳି ପରିସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ୟୁକ୍ରେନ ଦୂତାବାସ ପକ୍ଷରୁ ଅପିଲ କରାଯାଇଛି ।

hiranchal ad1
Leave A Reply

Your email address will not be published.

14 − 2 =