ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମୁନୱାର ରାଣା । ଏଥରେ ସେ ତାଲିବାନ ବିଷୟରେ କହି ଆସିଛନ୍ତି ଚର୍ଚ୍ଚାକୁ । ଆଫଗାନିସ୍ତାନରେ ତାଲିବାନ ତା’ର ରାଜ୍ ଆରମ୍ଭ କରିଛି । ଏହାକୁ ନେଇ ଭାରତରେ ବୟାନ ବାଜି ଆରମ୍ଭ ହେଉଛି । ତେବେ ଏଭିତରେ ପ୍ରସିଦ୍ଧ କବି ମୁନୱାର ରାଣା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କି ତାଲିବାନରେ ଯେଉଁ ନିଷ୍ଠୁରତା ଚାଲିଛି ତାହାଠାରୁ ଅଧିକ ନିଷ୍ଠୁରତା ଭାରତରେ ଚାଲିଛି । ତାଲିବାନକୁ ନେଇ ଭାରତରେ ଡରିବାର କୌଣସି ଆବଶ୍ୟକତା ନାହିଁ । କାହିଁକି ନା ପୂର୍ବରୁ ଶହ ଶହ ବର୍ଷ ଧରି ତାଲିବାନ ଭାରତର କୌଣସିକ୍ଷତି କରିନାହିଁ । ଏପରିକି ମୁଲ୍ଲା ଉମର ଶାସନରେ ଥିବା ବେଳେ ଭାରତର କୌଣସି କ୍ଷତି କରିନଥିଲେ ।
ମୁନୱାର ରାଣା ଆହୁରି କହିଛନ୍ତି କି ଉତ୍ତରପ୍ରଦେଶରେ ମଧ୍ୟ କିଛି ତାଲିବାନ ଅଛନ୍ତି । ଏଠାରେ କେବଳ ମୁସଲମାନ ତାଲିବାନ ନୁହେଁ ହିନ୍ଦୁମାନେ ମଧ୍ୟ ସେଠାରେ ଅଛନ୍ତି । ମହାତ୍ମା ଗାନ୍ଧୀ ସିଧା ଓ ନାଥୁରାମ ଗଡସେ ତାଲିବାନ ଥିଲେ ବୋଲି କହିଛନ୍ତି ମୁନୱାର ରାଣା ।
Sign in
Sign in
Recover your password.
A password will be e-mailed to you.
Prev Post