କୋରାପୁଟ କଫିକୁ ପ୍ରଶଂସା କଲେ ମୋଦୀ

0 90

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି । ଆରମ୍ଭରେ ଛଟ୍‌ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଛଟ୍‌ ପର୍ବ ହିଁ ଏକତାର ପ୍ରତୀକ ବୋଲି କହିଛନ୍ତି । ଏହା ସହିତ ସ୍ୱଦେଶୀ ଉତ୍ପାଦ କିଣିବାକୁ ଆହ୍ୱାନ ଦେଇଛନ୍ତି । ‘ଅପରେସନ୍ ସିନ୍ଦୂର’ ଦେଶକୁ ଗର୍ବିତ କରିଛି । ଜିଏସ୍‌ଟିକୁ ନେଇ ଦେଶବାସୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା କହିବା ସହ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି । ମନ କି ବାତ’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚା ସହିତ କୋରାପୁଟ କଫି ବିଷୟରେ ମନ୍‌ କି ବାତ୍‌ରେ କହିଛନ୍ତି ମୋଦି । ସେ କହିଛନ୍ତି,” କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ, ଓଡ଼ିଶାର ଗର୍ବ-ଗୌରବ କୋରାପୁଟ କଫି । ଚାକିରି ଛାଡି ଅନେକ କଫି ଚାଷରେ ମନ ବଳାଉଛନ୍ତି । କଫି ଚାଷରେ ମହିଳାଙ୍କ ସହଭାଗିତା ବେଶ୍ ପ୍ରଶଂସନୀୟ । ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି । ଏହା ଆମର ବିଶ୍ୱ ପ୍ରସିଦ୍ଧ ଭାରତୀୟ କଫି ବ୍ରାଣ୍ଡ ମଧ୍ୟରୁ ଗୋଟିଏ ହୋଇଗଲାଣି। ଭାରତର କଫି ସବୁଠାରୁ ଉତ୍କୃଷ୍ଟ କଫି । ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ବିଶ୍ୱ ଏହାକୁ ଭଲ ପାଏ । କୋରାପୁଟରେ କିଛି ଲୋକ ଫ୍ୟାସନ୍‌ ପାଇଁ କଫି ଚାଷ କରୁଛନ୍ତି । ଦୁନିଆରେ କଫି ଲୋକପ୍ରିୟତା ହାସଲ କରୁଛି । କର୍ଣ୍ଣାଟକର ଚିକମଙ୍ଗଲୁର, କୁର୍ଗ ଏବଂ ହାସନ ହେଉ କି ତାମିଲନାଡୁର ପୁଲନୀ, ନୀଳଗିରି । ଭାରତର କଫିର ବିଭିନ୍ନତା ଦେଖିବାକୁ ମିଳିଥାଏ । ଆମର ଉତ୍ତର-ପୂର୍ବ କଫି ଚାଷରେ ମଧ୍ୟ ଆଗକୁ ବଢୁଛି ।

hiranchal ad1
Leave A Reply

Your email address will not be published.

18 − 5 =