ନାସାର ବଡ଼ ଦାବି : ପୃଥିବୀ ପରି ରହିଛି ଆହୁରି ୨୦୦ଟି ଗ୍ରହ

0 57

ନୂଆଦିଲ୍ଲୀ,୨୩/୩ : ମହାକାଶ ବିଜ୍ଞାନୀ ତଥା ନାସା ସୌରମଣ୍ଡଳ ସଂପର୍କରେ ଦେଇଛନ୍ତି ଚମକାଇଦେଲା ଭଳି କେତେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ । ଏହି ତଥ୍ୟ ଯେତିକି ମୂଲ୍ୟବାନ ସେତିକି ରୋଚକ ମଧ୍ୟ । ଆମେରିକାର ନେସନାଲ ଏରୋନେଟିକ ସ୍ପେସ ଆଡମିନଷ୍ଟ୍ରେସନ(ନାସା)କହିଛି ଯେ ସୌରମଣ୍ଡଳକୁ ଛାଡ଼ିଦେଲେ ମହାକାଶରେ ୫ ହଜାର ଏପରି ଗ୍ରହ ଅଛନ୍ତି ଯାହା ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୬୫ଟି ଗ୍ରହକୁ ଖୋଜି ବାହାର କରାଯାଇଛି । ଏହି ଗ୍ରହମାନଙ୍କ ଭିତରୁ ପୃଥିବୀ ପରି ୨୦୦ଟି ଗ୍ରହ ରହିଛି । ସେହି ଗ୍ରହମାନଙ୍କ ମଧ୍ୟରୁ ଏବେ ଚିହ୍ନିତ ହୋଇଥିବା ଏକ ଗ୍ରହର ନାମ ହେଉଛି କେ-୨ ୩୭୭ ବି । ଏହା ଏକ ସୁପର ଆର୍ଥ । ଏହି ଗ୍ରହ ଅକ୍ଷ ପଥରେ ପରିକ୍ରମା କରିବା ପାଇଁ ୧୨.୮ ଦିନ ସମୟ ଲାଗିଥାଏ । ଏହି ଗ୍ରହକୁ ନାସା ଏକ୍‌ସୋପ୍ଲାନେଟ ଆର୍କାଇଭରେ ରଖାଯାଇଛି । ଆର୍କାଇଭର ମୁଖ୍ୟ ଜେସି କ୍ରିଶ୍ଚିୟନେସନ କହିଛନ୍ତି ଯେ ଏହା ବିଷୟରେ ଆମେ ଜାଣିବା ପାଇଁ ଚାହୁଁଛୁ । ପ୍ରତ୍ୟକ ଏକ୍‌ସୋପ୍ଲାନେଟ ନିଜର ଏକ ଦୁନିଆ ରଖିଛନ୍ତି । କିନ୍ତୁ ଏକସୋପ୍ଲାନେଟ ଆମ ସୌର ମଣ୍ଡଳରୁ ବାହରେ ଅଛନ୍ତି । ସେମାନେ ସୂର୍ଯ୍ୟ ସ୍ଥାନରେ ଅନ୍ୟ ତାରାମାନଙ୍କ ପାଖରେ ପରିକ୍ରମା କରନ୍ତି । ନାସା ଏହା ପୂର୍ବରୁ ୩୦୦୦ ଏକସୋପ୍ଲାନେଟର ସନ୍ଧାନ କରିଛି । ଟ୍ରାଞ୍ଜିଟିଙ୍ଗ ଏକ୍‌ସୋପ୍ଲାନେଟ ସର୍ଭେ ସାଟେଲାଇଟ ମାଧ୍ୟମରେ ନାସା ଏହାର ସନ୍ଧାନ କରିଛି । ଏହି ସବୁଗ୍ରହ ଆମ ସୌରମଣ୍ଡଳ ଓ ଆକାଶ ଗଙ୍ଗା ବାହାରେ ରହିଛି । ଏଥିପାଇଁ ଏହାକୁ ଏକ୍‌ସୋପ୍ଲାନେଟ କୁହାଯାଉଛି । କାରଣ ଏହି ସମସ୍ତ ଗ୍ରହକୁ ଟ୍ରେସ ଅବଜେକ୍ଟର ସାହାଜ୍ୟରେ ସନ୍ଧାନ କରାଯାଇଛି । ଏଥିପାଇଁ ଏହାକୁ ଟେସ ଅବଜେକ୍ଟ ଇଣ୍ଟ୍ରେଷ୍ଟ କୁହାଯାଇଛି । ଏକ୍‌ସୋପ୍ଲାନେଟରେ ୩୦ ଭାଗ ଗେସ ଗ୍ଲେଟସ , ୩୧ପ୍ରତିଶତ ସୁପର ଆର୍ଥ, ଓ ୩୫ ପ୍ରତିଶତ ନେପଚ୍ୟୁନ ଭଳି ଗ୍ରହ ଅଛନ୍ତି । ଏଥିରେ ମାତ୍ର ୪ ପ୍ରତିଶତ ପୃଥିବୀ ଓ ମଙ୍ଗଳ ଭଳି ଗ୍ରହ ଅଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =