ଘୁଞ୍ଚିଲା ନିଟ୍‌-ପିଜି ପରୀକ୍ଷା

0 34

ନୂଆଦିଲ୍ଲୀ: ଘୁଞ୍ଚିଲା ନିଟ୍‌-ପିଜି ପରୀକ୍ଷା । କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଜି ଏହାକୁ ୮ ସପ୍ତାହ ଘଞ୍ଚାଇ ଦେଇଛନ୍ତି । ଏହି ପରୀକ୍ଷା ମାର୍ଚ୍ଚ ୧୨, ୨୦୨୨ ରେ ଅନୁଷ୍ଠିତ ହେବାର ଥିଲା । ୬ଜଣ ଏମବିବିଏସ ଛାତ୍ରଛାତ୍ରୀ ସ୍ନାତକୋତ୍ତର ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ନିବେଦନ କରିବା ପରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି । ୬-୮ ସପ୍ତାହ ପରେ ମନ୍ତ୍ରୀଳୟ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ । ଆଜି ନିଟ୍‌-ପିଜି ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା । ଅନେକ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ ବର୍ତ୍ତମାନ ନିଟ୍‌-ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଉ । ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଶୁଣାଣି କରିଥାନ୍ତେ । ଆବେଦନକାରୀମାନେ ସେମାନଙ୍କ ଆବେଦନରେ ମେଡିକାଲ ଇଣ୍ଟର୍ନସିପ ବିଷୟରେ କହିବାକୁ ଯାଇ ଲେଖିଥିଲେ ଯେ, ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ନସିପ୍‌ ସମାପ୍ତ କରିନାହାଁନ୍ତି । ଏଭଳି ସ୍ଥିତିରେ ପରୀକ୍ଷା ହେଲେ ଉତ୍ତିର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଇଣ୍ଟର୍ନସିପ କରିପାରିବେ ନାହିଁ । ଦୁଇଟି ବ୍ୟାଚର ଛାତ୍ରଛାତ୍ରୀ ଏକା ସାଙ୍ଗରେ ଇଣ୍ଟର୍ନସିପ କରିବା ସମ୍ଭବ ହେବନି ବୋଲି କହି ପରୀକ୍ଷା ଘୁଞ୍ଚାଇବାକୁ ସେମାନେ ନିବେଦନ କରିଥିଲେ । ତେବେ ଶୁଣାଣି ପୂର୍ବରୁ ସରକାର ଆଗୁଆ ନିଷ୍ପତ୍ତି ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × three =