ରାଜଧାନୀରେ ଖଣ୍ଡପ୍ରଳୟ : ବ୍ୟାପକ କ୍ଷୟକ୍ଷତି,ବିଭିନ୍ନ ସେବା ବ୍ୟାହତ

0 170

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତକାଲି ଭୀଷଣ ଗରମ ଥିଲା । ତା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଛଟପଟ ଅବସ୍ଥା । ଆଜି ସକାଳେ ମଧ୍ୟ ପାରଦ ଧୀରେ ଧୀରେ ବଢୁଥିଲା । କୌଣସି ଆଭାସ କି ପ୍ରାକ ସୂଚନା ନଥିଲା । ହଠାତ ବଦଳିଗଲା ସବୁକିଛି । ପାରଦ ୧୮ ଡିଗ୍ରି ଖସିଗଲା । ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ମଧ୍ୟ ଆରମ୍ଭ ହୋଇଗଲା । ଆଉ କିଛି ସମୟ ପରେ ଆରମ୍ଭ ହୋଇଗଲା ବର୍ଷା ଓ ପଦନର ତାଣ୍ଡବ । ତିରିଶ କି ଚାଳିଶ ନୁହେଁ,୯୦ କିମି ବେଗରେ ବହିଲା ପବନ । ନିମିଷକ ମଧ୍ୟରେ ସବୁ କିଛି ଛାରଖାର କରିଦେଲା । ବଡ଼ ବଡ଼ ଗଛ,ଘର,ଦୋକାନ ସବୁକୁ ଧରାଶାୟୀ କରିଦେଲା । ସକାଳ ପାଲଟିଗଲା ରାତି । ଚାରିଆଡ଼ ଅନ୍ଧାର ହିଁ ଅନ୍ଧାର । ଏମିତି ଥିଲା ଦିଲ୍ଲୀରେ ଆଜି ସକାଳର ଅବସ୍ଥା । ବର୍ଷା ପବନ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା,କିନ୍ତୁ ଏତେ ଭୟଙ୍କର ହେବ ବୋଲି କେହି ଚିନ୍ତା କରିନଥିଲେ । ଆଜି ସକାଳେ ତାପମାତ୍ର ୨୯ ଡିଗ୍ରି ସେଲସିୟସ ଥିଲା,କିନ୍ତୁ ପରେ ତାହା ୧୮ ଡିଗ୍ରିକୁ ଖସିଆସିଥିଲା । ଖଣ୍ଡ ପ୍ରଳୟ ଯୋଗୁ ଯାନବାହନ ଚଳାଳଚଳ,ବିମାନ ସେବା ପୂରା ବ୍ୟାହତ ହୋଇଛି । ବିଦ୍ୟୁତ,ଫୋନ ଓ ଇଣ୍ଟରନେଟ ସେବା ବ୍ୟାହତ ହୋଇଛି । ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ତେବେ ଦୀର୍ଘ ଦିନ ଧରି ଗରମରେ ସନ୍ତୁଳି ହେଉଥିବା ଲୋକଙ୍କୁ ଅବଶ୍ୟ କିଛିଟା ଆଶ୍ୱସ୍ତି ମଳିଛି ।

hiranchal ad1
Leave A Reply

Your email address will not be published.

five × three =