ନିଟ୍‌ ପିଜି ପରୀକ୍ଷା ଘୁଞ୍ଚାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

0 53

ନୂଆଦିଲ୍ଲୀ: NEET PG 2022  ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA) । ଚଳିତ ମାସ ୨୧ ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାସ ଟେଷ୍ଟ (NEET PG)  ପରୀକ୍ଷା ଅନୁଷ୍ଠିତ ହେବାର ଅଛି । ଅନେକ ଛାତ୍ରଛାତ୍ରୀ NEET PG 2021  କାଉନସେଲିଂରେ ବିଳମ୍ବ ହେବା ନେଇ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଦାବି କରିଆସୁଥିବା ବେଳେ  IMA ମଧ୍ୟ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛି ।

hiring

 IMA ଚିଠିରେ ଉଲ୍ଲେଖ କରିଛି, NEET PG 2021  ପରୀକ୍ଷାକୁ ୫ ମାସ ଯାଏଁ ସ୍ଥିଗତ ରଖାଯାଇଥିଲା ଏବଂ ୨୦୨୧ ସେପ୍ଟେମ୍ବରରେ ପରୀକ୍ଷା ହୋଇଥିଲା । ଏହାବ୍ୟତୀତ ଓବିସି ସଂରକ୍ଷଣ ବିବାଦକୁ ନେଇ ପିଜି ଆଡମିଶନ ପାଇଁ କାଉନସେଲିଂ ଜାନୁଆରୀକୁ ଘୁଞ୍ଚାଯାଇଥିଲା । ବର୍ତ୍ତମାନ ୨୦୨୨ ପରୀକ୍ଷା ପାଇଁ ଚାଲୁଥିବା କାଉନସେଲିଂ ଏବଂ ପରୀକ୍ଷା ତାରିଖ ମଧ୍ୟରେ ଖୁବ୍ କମ ସମୟ ରହିଛି । ଯଦି କୌଣସି ଶିକ୍ଷାର୍ଥୀ ସିଟ୍ ପାଇବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ NEET PG   ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କେବଳ ଏକ ସପ୍ତାହ ସମୟ ମିଳିବ । ଏହିସବୁ ଦୃଷ୍ଟିରୁ ମେ ୨୧ରେ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ତାରିଖ ଆଗକୁ ଘୁଞ୍ଚାଯାଉ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ ନିବେଦନ କରିଛି ।

hiranchal ad1
Leave A Reply

Your email address will not be published.

18 − four =