ଶରଣାର୍ଥୀଙ୍କ ପାଇଁ ନିଜ ପଦକ ବିକିବେ ନୋବେଲ ବିଜେତା ଦିମିତ୍ରୀ

0 61

ନୂଆଦିଲ୍ଲୀ,୨୨/୩ : ଋଷ୍‌ ଆକ୍ରମଣରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଛାରଖାର ହୋଇଯାଇଛି । ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ପଶିଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ଲାଗି ବିଭିନ୍ନ ଦେଶ,ସଙ୍ଗଠନ ଓ ବ୍ୟକ୍ତିବିଶେଷ ଆଗେଇ ଆସିଛନ୍ତି । ତେବେ ଯାହା ସମସ୍ତଙ୍କୁ ଚକିତ କରିଛି,ତାହା ହେଉଛି,ଶରଣାର୍ଥୀଙ୍କୁ ଋଷ୍‌ ଲୋକେ ସହାୟତାର ହାତ ବଢାଇବା ଘଟଣା । ଏହି ଶରଣାର୍ଥୀଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ରୁଷ ସାମ୍ବାଦିକ ଦିମିତ୍ରୀ ମୁରାଟୋଭ । ସେ ମଙ୍ଗଳବାର କହିଛନ୍ତି ଯେ, ୟୁକ୍ରେନ ଶରଣାର୍ଥୀଙ୍କ ପାଇଁ ସେ ନିଜର ମେଡାଲ ଦାନ କରିବେ । ଶରଣାର୍ଥୀଙ୍କ ପାଇଁ ଅର୍ଥ ସଂଗ୍ରହ ନିମନ୍ତେ ସେ ନିଜର ନୋବେଲ ପଦକ ନିଲାମ କରିବେ ବୋଲି ମୁରାଟୋଭ କହିଛନ୍ତି । ଦିମିତ୍ରୀ ମୁରାଟୋଭ ଦ ନୋଭାୟା ଗାଜେଟା ଖବର କାଗଜର ମୁଖ୍ୟ ସଂପାଦକ । ମୁରାଟୋଭ ୟୁକ୍ରେନ ଶରଣାର୍ଥୀଙ୍କ କୋଷରେ ୨୦୨୧ର ନୋବେଲ ଶାନ୍ତି ପୁରସ୍କାର ପଦକ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରୁ ସଂଗୃହୀତ ଅର୍ଥ ଶରଣାର୍ଥୀଙ୍କ ଥଇଥାନ କାମରେ ବ୍ୟବହାର କରାଯିବ । ମୁରାଟୋଭଙ୍କ ଖବର କାଗଜ ଗାଜେଟା ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ସରକାରଙ୍କ ସମାଲୋଚନା କରି ଆସିଛି ।

hiranchal ad1
Leave A Reply

Your email address will not be published.

2 × four =