ତାଲିବାନର କଥାକୁ ବିଶ୍ୱାସ କରୁନି ଭାରତ, ଦେଶର ପ୍ରାଥମିକତା କ’ଣ ଜାଣନ୍ତୁ

0 104

ନୂଆଦିଲ୍ଲୀ : ଭାରତ ସମେତ ଅନ୍ୟ ଦେଶମାନେ ଆଫଗାନିସ୍ତାନର ଭାବି ତାଲିବାନ ସରକାର ବିଷୟରେ ଗଭୀର ଭାବେ ଚିନ୍ତା କରୁଛନ୍ତି । ପ୍ରତ୍ୟେକ ଦେଶ ତାଲିବାନର ସମସ୍ତ ଦିଗ ଉପରେ ବିଚାର କରୁଛନ୍ତି । ଭାରତ ମଧ୍ୟ ଏହା କରୁଛି । ତାଲିବାନର ଶବ୍ଦ ଓ କାର୍ଯ୍ୟରେ ଭାରତ ବିଶ୍ୱାସ କରେନାହିଁ ବୋଲି ଭାରତ ପୂର୍ବରୁ କହିସାରିଛି ।
ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଶେଷ ବିବୃତ୍ତିରେ କହିଛନ୍ତି ଯେ ଆଫଗାନିସ୍ତାନ ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି । ସେ କହିଛନ୍ତି ଯେ, ବର୍ତ୍ତମାନ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ନିରାପତ୍ତା ଓ ସୁରକ୍ଷିତ ସ୍ଥାନାନ୍ତର ଉପରେ ଭାରତର ଧ୍ୟାନ ରହିଛି । ସେ କହିଛନ୍ତି ଯେ, ଏ ସଂପର୍କରେ ଆମେରିକାର ବୈଦେଶିକ ସଚିବ ଏବଂ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସହ ମଧ୍ୟ କଥା ହୋଇଛି । କେବଳ ଏତିକିନୁହେଁ ଏହି ପ୍ରସଂଗରେ ଅନ୍ୟାନ୍ୟ ଦେଶର ବୈଦଶିକ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି ବୋଲି ସେ କହିଥିଲେ । ଆଫଗାନିସ୍ତାନରୁ ଆସୁଥିବା ହିନ୍ଦୁ ଏବଂ ଶିଖମାନଙ୍କୁ ତୁରନ୍ତ ଆଶ୍ରୟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପରେ ସେମାନଙ୍କୁ ନାଗରିକତ୍ୱ ମଧ୍ୟ ଦିଆଯିବ । ପ୍ରାଥମିକତା ଆଧାରରେ ସେମାନଙ୍କ ପାଇଁ ଭିସା ଆବେଦନ ପ୍ରକ୍ରିୟାକୁ ପ୍ରାଥମିକତା ଦେବାକୁ ସରକାର ମଧ୍ୟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 2 =