କୋର୍ଟରେ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରିବେ ପରମବୀର ସିଂ

0 68

ମୁମ୍ବାଇ: ଗୁରୁବାର ଦିନ ମହାରାଷ୍ଟ ସରକାର ଦେଇଥିବା ନିଲମ୍ବନ ଆଦେଶକୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଚ୍ୟାଲେଞ୍ଜ କରିବେ । ପରମବୀର ସିଂ ଏହି ପ୍ରସଙ୍ଗରେ ତାଙ୍କ ଓକିଲଙ୍କ ସହ ପରାମର୍ଶ କରୁଛନ୍ତି ।

hiring

ପରମବୀର ସିଂ ଶୁକ୍ରବାର ଦିନ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ତାଙ୍କୁ ବେଆଇନ ଭାବେ ନିଲମ୍ବନ କରିଛନ୍ତି । ବରିଷ୍ଠତା ଦୃଷ୍ଟିରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏହି ନିଲମ୍ବନ ଜାରି କରାଯିବା ଉଚିତ, କିନ୍ତୁ ଏହି ନିଲମ୍ବନ ନିର୍ଦ୍ଦେଶକୁ ପୋଲିସ ମହାନିର୍ଦ୍ଦେଶଶକ ଜାରି କରିଛନ୍ତି । ତେଣୁ ଏହି ନିଲମ୍ବନ ଆଦେଶ ଆଇନ ବିରୁଦ୍ଧ ଅଟେ । ସିଂ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗରେ ଆଇନଗତ ପରାମର୍ଶ ନେଉଛନ୍ତି ଏବଂ ଖୁବ୍ ଶୀଘ୍ର କୋର୍ଟରେ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରିବେ ।

hiranchal ad1
Leave A Reply

Your email address will not be published.

3 × one =