ଆକାଶରେ ଧକ୍କା ଖାଇ ପର୍ବତରେ ଖସିପଡ଼ିଲା ବିମାନ

0 99

ସିଓଲ୍‌,୧/୪: ଆଜି ତାଲିମ ବେଳେ ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଆକାଶରେ ପରସ୍ପର ସହିତ ଧକ୍କା ଖାଇବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଜରୁରୀକାଳୀନ ସେବା ଅଧିକାରୀମାନେ କହିଛନ୍ତି, ପରସ୍ପର ସହିତ ଧକ୍କା ଖାଇବା ପରେ ‘କେଟି-୧ ଟ୍ରେନର୍‌’ ବିମାନ ଦୁଇଟି ସାସେଓନ୍‌ ନଗରୀର ଦକ୍ଷିଣପୂର୍ବ ପ୍ରାନ୍ତରେ ଥିବା ପର୍ବତ ଉପରେ ଖସି ପଡିଥିଛି । ଅପରାହ୍ଣ ୧.୩୫ରେ ଘଟିଥିବା ଉପରୋକ୍ତ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା କଥା ନିଜ ନିଜର ପରିଚୟ ଗୋପନ ରଖି ସରକାରୀ ଅଧିକାରୀମାନେ କହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି, ଘଟଣାସ୍ଥଳକୁ ୩ଟି ହେଲିକପ୍ଟର୍‌,୨୦ଟି ଯାନ ଏବଂ ଅନେକ ଜରୁରୀକାଳୀନ ସେବାକର୍ମୀଙ୍କୁ ପଠାଯାଇଛି । ବିମାନ ଧକ୍କା ହୋଇଥିବା କଥା ବାୟୁସେନା ସୁନିଶ୍ଚିତ କରିଥିଲେ ବି ବାୟୁସେନା ଜାରି କରିଥିବା ବିବୃତିରେ କହିଛି ଯେ, ସୂଚନା ମିଳିଥିବା ମୃତାହତଙ୍କ ବିଷୟରେ ସୁନିଶ୍ଚିତ ହେବାକୁ ଉଦ୍ୟମ ଚାଲିଛି । ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପାଇଲଟ୍‌ମାନେ ବିମାନରୁ ବାହାରି ପଡିବାକୁ ଉଦ୍ୟମ କରିଥିଲେ କି ନାହିଁ, ସେ ବିଷୟରେ ମଧ୍ୟ ସୁନିଶ୍ଚିତ ହେବାକୁ ପଡିବ ।

hiranchal ad1
Leave A Reply

Your email address will not be published.

5 × two =