ମୋଦୀଙ୍କ ମହାନତା : ଚୌକିରୁ ଉଠି ମୁଣ୍ଡ ନୁଆଁଇ ବୃଦ୍ଧଙ୍କୁ ଜଣାଇଲେ ସମ୍ମାନ

0 77

ନୂଆଦିଲ୍ଲୀ,୨୨/୩ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପଦ୍ମ ସମ୍ମାନରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ଅବସରରେ ଭାବବିହ୍ୱଳ ହେଲାଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହା,ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ବାରାଣାସୀର ୧୨୫ ବର୍ଷର ସ୍ୱାମୀ ଶିବାନନ୍ଦ ମଧ୍ୟ ଆସିଥିଲେ । ସ୍ୱାମୀ ଶିବାନନ୍ଦ ହଲ ଭିତରେ ଏମିତି କିଛି ହୃଦୟସ୍ପର୍ଶୀ କାମ କରିଥିଲେ ଯେଉଁଥିପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ କରତାଳି ଦେଇଥିଲେ । ଲୋକଙ୍କ କରତାଳିରେ ହଲ କମ୍ପି ଉଠିଥିଲା । ସ୍ୱାମୀ ଶିବାନନ୍ଦ ରାଷ୍ଟ୍ରପତି ଭବନରେ ପୁରସ୍କାର ନେବାକୁ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ନତମସ୍ତକ ହୋଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ଶିବାନନ୍ଦଙ୍କୁ ସମ୍ମାନ ଦେବାକୁ ଯାଇ ବସିଥିବା ଚୌକିରୁ ଉଠି ମୁଣ୍ଡ ନୁଆଁଇ ପ୍ରତିନମସ୍କାର ଜଣାଇଥିଲେ । ସ୍ୱାମୀ ଶିବାନନ୍ଦ ପଦ୍ମ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଗରେ ମଧ୍ୟ ଆଣ୍ଠୁମାଡି ସମ୍ମାନ ଜଣାଇଥିଲେ । ଏହାପରେ ରାଷ୍ଟ୍ରପତି ଚୌକିରୁ ଉଠି ଦୁଇପାଦ ଆଗକୁ ଯାଇ ସ୍ୱାମୀ ଶିବାନନ୍ଦଙ୍କୁ ଉଠାଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଉଛି । ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଦୃଶ୍ୟ ଦେଖି ଏକ ହୃଦୟସ୍ପର୍ଶୀ ଘଟଣା ବୋଲି ପ୍ରତିକ୍ରିୟା ଦେଇଛନ୍ତି । କେନ୍ଦ୍ର ସରକାର ଜାନୁଆରି ୨୫ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଘୋଷଣା କରିଥିଲେ । ଏଥିପାଇଁ ସମୁଦାୟ ୧୨୮ଜଣଙ୍କ ନାମ ଚୟନ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗତକାଲି ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + fourteen =