ଜାଣନ୍ତୁ,ପ୍ରଧାନମନ୍ତ୍ରୀଙ୍କୁ କାହିଁକି ପତ୍ର ଲେଖିଲେ ୧୨୦ ସାଂସଦ

0 86

ନୂଆଦିଲ୍ଲୀ,୩/୪: ସରକାରୀ ଉପକ୍ରମଙ୍କ ଘରୋଇକରଣକୁ ବିରୋଧ କରି ବିଭିନ୍ନ ବିରୋଧୀ ଦଳଙ୍କ ୧୨୦ ଜଣ ସାଂସଦ ରବିବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ସାର୍ବଜନିକ ଉପକ୍ରମ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନଏଲ)ର ଘରୋଇକରଣରୁ ସରକାରଙ୍କୁ ନିବୃତ୍ତ ରହିବାକୁ ସାଂସଦମାନେ ନିବେଦନ କରିଛନ୍ତି । ଏହି ପତ୍ରରେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ଡିଏମକେ, ବସପା, ଶିବସେନା, ସିପିଆଇ ସମେତ ଅନ୍ୟ ବିରୋଧୀ ଦଳଙ୍କ ସାଂସଦମାନେ ମଧ୍ୟ ସ୍ୱାକ୍ଷର କରିଛନ୍ତି । ପତ୍ରରେ ସାଂସଦମାନେ ଆରଆଇଏନଏଲକୁ ଦେଶ ବିକାଶରେ ଏକ ଅଭୂତପୂର୍ବ ସହଯୋଗୀ ବୋଲି ଉଲ୍ଲେଖ କରିଥିବାବେଳେ ଏକ ନୀତି ଆଧାରରେ ସମସ୍ତ ଉପକ୍ରମ ବିକିବାର ନୀତି ଉଚିତ ନୁହେଁ ବୋଲି କହିଛନ୍ତି । ଆରଆଇଏନଏଲ ଏକ ଏପରି ସଂସ୍ଥା ଯାହା ଦେଶର ସ୍ୱାଧୀନତା ପରଠାରୁ ବିକାଶରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗାଦନ କରିଆସୁଛି । ଇସ୍ପାତ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାରେ ଏହି ସଂସ୍ଥାର ଯୋଗଦାନ ଉଲ୍ଲେଖନୀୟ । ଆରଆଇଏନଏଲର ସହଯୋଗ କାରଣରୁ ଦେଶ ଇସ୍ପାତର ଉପଯୋଗ କରି ରେଳ ଉଦ୍‌ୟୋଗ, ସଡ଼କ ଓ ପୋଲ ନିର୍ମାଣ ଉଦ୍‌ୟୋଗ, କଳକାରଖାନା ଓ ବାହନ ନିର୍ମାଣ ଉଦ୍‌ୟୋଗରେ ଆଜି ସାରା ବିଶ୍ୱରେ ନିଜର ପ୍ରତିଷ୍ଠା କାୟମ କରିପାରିଛି । ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଘରୋଇ ହାତକୁ ଟେକି ଦେବା ସରକାରଙ୍କର ବୁଦ୍ଧିମାନର କାମ ହେବନି ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × one =