ପ୍ରତି ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ

0 207

ନୂଆଦିଲ୍ଲୀ,୧୫/୪ : ଆଗାମୀ ଦିନରେ ଦେଶରେ ଚିକିତ୍ସା ତଥା ଚିକିତ୍ସା ସେବା କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଘଟିବ । ଲୋକେ ଚିକିତ୍ସା କ୍ଷେତ୍ରରେ ଯେଉଁ ଅଭାବ ଭୋଗୁଛନ୍ତି,ତାହା ଆଉ ରହିବ ନାହିଁ । ସରକାର ପ୍ରତି ଜିଲ୍ଲାରେ ମେଡିକାଲ୍‌ କଲେଜ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ଫଳରେ ଆଗାମୀ ୧୦ ବର୍ଷରେ ଦେଶରେ ରେକର୍ଡସଂଖ୍ୟକ ନୂଆ ଡାକ୍ତର ବାହାରିବେ । ଯାହା ଚିକିତ୍ସା ସେବାକୁ ଆହୁରି ସୁଗମ ଓ ଉନ୍ନତ କରିବ । ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଗୁଜରାଟର ଭୁଜ୍‌ ଜିଲ୍ଲାରେ ‘କେ.କେ.ପଟେଲ୍‌ ସୁପର୍‌ସ୍ପେସାଲିଟି ହସ୍ପିଟାଲ୍‌’ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ,ସମସ୍ତଙ୍କ ପାଇଁ ଡାକ୍ତରୀ ଶିକ୍ଷା ଉନ୍ମୁକ୍ତ କରିବା ଲାଗି ସରକାରଙ୍କ ଉଦ୍ୟମ ଜାରି ରହିଛି । ଭୁଜ୍‌ର ଏହି ଡାକ୍ତରଖାନା ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବ । ଦୁଇ ଦଶନ୍ଧି ପୂର୍ବ ୧,୧୦୦ ସିଟ୍‌ ଥାଇ ଗୁଜରାଟରେ ମାତ୍ର ୯ଟି ମେଡିକାଲ୍‌ କଲେଜ ଥିଲା । ଏବେ ୬୦୦୦ ସିଟ୍‌ ଥାଇ ୩୬ରୁ ଊର୍ଦ୍ଧ୍ୱ ମେଡିକାଲ୍‌ କଲେଜ୍‌ ଅଛି । ୨୦୦୧ରେ ଭୁଜ ଓ କଚ୍ଛରେ ବ୍ୟାପକ କ୍ଷତି ହୋଇଥିଲା । କିନ୍ତୁ, କଠିନ ପରିଶ୍ରମ ବଳରେ ଏବେ ଭୁଜ୍‌ ଓ କଚ୍ଛବାସୀ ଏ ଅଞ୍ଚଳର ନୂତନ ଭାଗ୍ୟ ରଚନା କରୁଛନ୍ତି । ଆଜି ଏ ଅଞ୍ଚଳରେ ଅନେକ ଆଧୁନିକ ଡାକ୍ତରୀ ସେବା ଉପଲବ୍ଧ ହେଲାଣି । ଏହା ନିଶ୍ଚିତଭାବେ ଖୁସିର ବିଷୟ । ଆଜି ଭୁଜ୍‌ରେ ଏକ ଆଧୁନିକ, ସୁପର୍‌-ସ୍ପେସାଲିଟି ହସ୍ପିଟାଲ୍‌ ଖୋଲୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଉନ୍ନତ ସ୍ୱାସ୍ଥ୍ୟ ସେବା କେବଳ ରୋଗ ଚିକିତ୍ସାରେ ସୀମିତ ନୁହେଁ,ଏହା ସାମାଜିକ ନ୍ୟାୟ ମଧ୍ୟ ପ୍ରଦାନ କରିବ । ଗରିବଟିଏ ଶସ୍ତାରେ ସର୍ବୋତ୍ତମ ଚିକିତ୍ସା ପାଇଲେ ଶାସନ ବ୍ୟବସ୍ଥା ପ୍ରତି ତାଙ୍କର ବିଶ୍ୱାସ ଦୃଢ ହେବ ।

hiranchal ad1
Leave A Reply

Your email address will not be published.

fifteen − two =