ପ୍ରଧାନମନ୍ତ୍ରୀ ପାଇଲେ ପ୍ରଥମ ଲତା ଦୀନାନଥ ମଙ୍ଗେସକର ସମ୍ମାନ

0 54

ନୂଆଦିଲ୍ଲୀ,୨୪/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ପ୍ରଥମ ଲତା ଦୀନାନାଥ ମଙ୍ଗେସକର ସମ୍ମାନ । ଆଜି ମୁମ୍ୱାଇରେ ଆୟୋଜିତ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଙ୍ଗୀତ ପରି ଗଭୀର ବିଷୟ ବାବଦରେ ମୋର ଅଧିକ ଜ୍ଞାନ ନାହିଁ, କିନ୍ତୁ ସାଂସ୍କୃତିକ ବୋଧରୁ ମୁଁ ଅନୁଭବ କରେ, ସଙ୍ଗୀତ ଏକ ସାଧନା ଏବଂ ଭାବନା । ଯାହା ଭାବନାକୁ ବ୍ୟକ୍ତ କରିଥାଏ- ତାହା ଶବ୍ଦ । ଯାହା ଭାବନାରେ ଉର୍ଜା, ଚେତନାର ସଂଚାର କରିଥାଏ ତାହା-ନାଦ । ଏବଂ ଯାହା ଚେତନାରେ ଭାବନା ଭର୍ତ୍ତି କରେ, ତାକୁ ସୃଷ୍ଟି ଏବଂ ସମବେଦନାର ପରାକାଷ୍ଠା ଯାଏଁ ପହଞ୍ଚାଏ ସେ ହେଉଛି ସଙ୍ଗୀତ । ସଙ୍ଗୀତ ମାତୃତ୍ୱ ଏବଂ ମମତାର ଅନୁଭୂତି କରାଇପାରେ । ସଙ୍ଗୀତ ଆପଣଙ୍କୁ ରାଷ୍ଟ୍ରଭକ୍ତି ଏବଂ କର୍ତ୍ତବ୍ୟର ଭାବନାକୁ ଶିଖରରେ ପହଞ୍ଚାଇଥାଏ । ଆମେ ସମସ୍ତ ସୌଭାଗ୍ୟଶାଳୀ ଯେ ସଙ୍ଗୀତର ଏହି ସାମର୍ଥ୍ୟ, ଏହି ଶକ୍ତିକୁ ଲତା ଦିଦିଙ୍କ ରୂପେ ସାକ୍ଷାତ ଦର୍ଶନ କରିଛୁ । ମୋ ପାଇଁ ଲତା ଦିଦି ସୁର ସାମ୍ରାଜ୍ଞୀ ସହ ମୋର ବଡ଼ ଭଉଣୀ ଥିଲେ । ବଡ଼ ଭଉଣୀ ଲତା ଦିଦିଙ୍କ ନାଁରେ ଥିବା ପୁରସ୍କାର ପାଇବା ମୋ ପାଇଁ ତାଙ୍କ ଭଲ ପାଇବାର ଏକ ପ୍ରତୀକ । ଏହି ପୁରସ୍କାର ସାରା ଦେଶବାସୀଙ୍କ ପାଇଁ ସମର୍ପିତ କରୁଛି । ଲତା ଜୀ ଏକ ଭାରତ, ଶ୍ରେଷ୍ଠ ଭାରତର ମଧୁର ପ୍ରସ୍ତୁତି । ସେ ଦେଶର ୩୦ରୁ ଅଧିକ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି । ହିନ୍ଦୀ ହେଉ ଅବା ମରାଠୀ ଅବା ଅନ୍ୟ ଭାଷା, ସବୁଥିରେ ଲତା ଜୀଙ୍କ ସ୍ୱର ସମାନ ।

hiranchal ad1
Leave A Reply

Your email address will not be published.

7 + 12 =