ଆଫଗାନିସ୍ତାନ ସଙ୍କଟ ଉପରେ କ’ଣ ହେବ ରଣନୀତି ? ୨୬ରେ ହେବ ସର୍ବଦଳୀୟ ବୈଠକ

0 66

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶ ସେମାନଙ୍କ ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ଅଗଷ୍ଟ ୨୬ ରେ ୧୧ ଟା ସମୟରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି ଯେ ଆଫଗାନିସ୍ତାନ ସହ ଜଡିତ ବିକାଶ ସମ୍ପର୍କରେ ବିଭିନ୍ନ ଦଳର ନେତାମାନଙ୍କୁ ଅବଗତ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।
ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆଫଗାନିସ୍ତାନ ଉପରେ ସର୍ବଦଳୀୟ ବୈଠକ ଗୁରୁବାର ସକାଳ ୧୧ ଟାରେ ଅନୁଷ୍ଠିତ ହେବ । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେବେ । ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ନିକଟକୁ ନିମନ୍ତ୍ରଣ ପଠାଯାଇଛି ।

hiranchal ad1
Leave A Reply

Your email address will not be published.

five × 4 =