ପ୍ରଧାନମନ୍ତ୍ରୀଙ୍କର ଦିନକର ସୁରକ୍ଷା ଖର୍ଚ୍ଚ ୨କୋଟି ଟଙ୍କା

0 89

ନୂଆଦିଲ୍ଲୀ : ଭାରତରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ହୋଇଥାଏ ବିପୁଳ ଅର୍ଥ । ଏହି ଭିଭିଆଇପିମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ରହିଛି ସ୍ୱାତନ୍ତ୍ର୍ୟ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବାବଦ ଖର୍ଚ୍ଚ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । କାରଣ ବ୍ୟବସ୍ଥା ସେହିଭଳି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ବଜେଟ ହେଉଛି ୬୦୦ କୋଟି ଟଙ୍କା । ୨୦୧୪-୧୫ରେ ଏହି ପରିମାଣ ଥିଲା ୨୮୯ କୋଟି ଟଙ୍କା । ୨୦୧୫-୧୬ରେ ଏହା ୩୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବେଳେ ୨୦୧୯-୨୦ ରେ ଏହା ୫୪୦.୧୬ କୋଟି ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନ ଏହା ବୃଦ୍ଧିପାଇ ପାଖାପାଖି ୬୦୦କୋଟି ଟଙ୍କାରେ ପହଞ୍ଚିଛି । ଏହାକୁ ଆଧାର କରି ହିସାବ କଲେ, ପ୍ରଧାନମନ୍ତ୍ରୀଙ୍କର ଦିନକର ସୁରକ୍ଷା ଖର୍ଚ୍ଚ ପ୍ରାୟ ୨କୋଟି ଟଙ୍କା ଏବଂ ଘଣ୍ଟକର ଖର୍ଚ୍ଚ ହେଉଛି ପାଖାପାଖି ୫ ଲକ୍ଷ ଟଙ୍କା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ(ଏସପିଜି) ହାତରେ । ହେଲେ ସେ ଯେଉଁ ରାଜ୍ୟକୁ ଯାଆନ୍ତି ସେଠିକାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ,ଡିଜିପି ଓ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ସୂଚନା ଦିଆଯାଏ । ସିକ୍ୟୁରିଟି ଯୋଜନା ମଧ୍ୟ ଏସଏସପିକୁ ଜଣାଇଦିଆଯାଏ । ଏମରଜେନ୍ସି ପାଇଁ କଣ୍ଟିଜେନ୍ସି ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

hiranchal ad1
Leave A Reply

Your email address will not be published.

eleven − 7 =