“ଟିକାକରଣ ଜନଆନ୍ଦୋଳନର ରୂପ ନେଇଛି’

0 48

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି । କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି । କୋଭିଡ୍‌ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି । ମହାମାରୀ କାରଣରୁ ଚଳିତ ବର୍ଷ ଆମେ ଏହି ଉତ୍ସବକୁ ଧୂମଧାମରେ ପାଳନ କରିପାରିବୁନି । କୋଭିଡ୍‌ ମୁକାବିଲାରେ ଡାକ୍ତର ଓ ନର୍ସଙ୍କ କର୍ତ୍ତବ୍ୟ ଉଚ୍ଚ ପ୍ରଶଂସନୀୟ । କୋଭିଡକୁ ହରାଇବା ପାଇଁ ରାଷ୍ଟ୍ରଧର୍ମ ପାଳନ କରିବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ ଓ ସତର୍କତା ଅବଲମ୍ବନ କରନ୍ତୁ । ଏହା ହେଲେ ଆମେ କରୋନା ବିରୋଧୀ ଲଢେଇରେ ବିଜୟର ନିକଟବର୍ତ୍ତୀ ହୋଇପାରିବା । ୭୩ତମ ଗଣତନ୍ତ୍ର ଦିବସର ଅବ୍ରବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ଆହ୍ୱାନ ଓ ପରାମର୍ଶ ଦେଇଛନ୍ତି । ଦେଶ ଓ ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କୁ ରାଷ୍ଟ୍ରପତି ଶୁଭେଛା ଜଣାଇଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ୧୯୫୦ ମସିହା ଏହି ଦିନରେ ଆମ ସମସ୍ତଙ୍କର ଏହି ଗୌରବମୟ ପରିଚୟ ଏକ ଆନୁଷ୍ଠାନିକ ରୂପ ପାଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଆମେ ନିଜର ଗତିଶୀଳ ଗଣତନ୍ତ୍ର ତଥା ଜାତୀୟ ଏକତାର ଭାବନାର ଉତ୍ସବ ପାଳନ କରିଥାଉ । କରୋନା ମହାମାରୀ ଯୋଗୁ ଏଥର ଆମେ ସାଧାରଣଭାବେ ଓ କଟକଣା ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛୁ । କିନ୍ତୁ ଆମର ଜାତୀୟ ଏକତା ଭାବନା ବଳବତ୍ତରହିବ ବୋଳି ସେ କହିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମନେ ପକାଇ ରାଷ୍ଟ୍ରପତି କହିଛନ୍ତି,୧୯୩୦ରେ ମହାତ୍ମା ଗାନ୍ଧି ଦେଶବାସୀଙ୍କୁ ପୂର୍ଣ୍ଣ ସ୍ୱରାଜ ଦିବସ ମନାଇବାର ପଦ୍ଧତି ବୁଝାଇଥିଲେ । ଗାନ୍ଧିଜୀଙ୍କ ଦ୍ୱାରା ଦିଆଯାଇଥିବା ଉପଦେଶ ଯଥାଶକ୍ତି ରଚନାତ୍ମକ କାମ କରିବା ସର୍ବଦା ପ୍ରାସଙ୍ଗିତ ରହିବ । ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି । ଆମର ସଭ୍ୟତା ପ୍ରାଚୀନ, କିନ୍ତୁ ଗଣତନ୍ତ୍ର ନୂଆ । ରାଷ୍ଟ୍ର ନିର୍ମାଣ ଆମ ପାଇଁ ଏକ ନିରନ୍ତର ଅଭିଯାନ ବୋଲି ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ଆହୁରି କହିଛନ୍ତି, ଗତବର୍ଷ ଅଲିମ୍ପିକ୍ସରେ ଆମର ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଦେଶରେ ଖୁସିର ଲହରି ଖେଳାଇ ଦେଇଥିଲେ । ଯୁବ ବିଜେତାଙ୍କ ଆତ୍ମବିଶ୍ୱାସ ଆଜି ଦେଶବାସୀଙ୍କୁ ପ୍ରେରିତ କରିଛି । ଆଗାମୀ ଦିନରେ ଯୁବ କ୍ରୀଡାବିତ୍‌ ଦେଶକୁ ଗୌରବାନ୍ୱିତ କରିବାର ଆହୁରି ଅନେକ ସୁଯୋଗ ଦେବେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

9 − 1 =