ଜାଣନ୍ତୁ, କେଉଁ ଅଭିନେତ୍ରୀଙ୍କ ସଂପତ୍ତି କେତେ

0 71

ନୂଆଦିଲ୍ଲୀ : ଆଜିକାଲି ବଲିଉଡ ଅଭିନେତ୍ରୀମାନେ ରୋଜଗାର କ୍ଷେତ୍ରରେ ଇଣ୍ଡୀର ଅନେକ ଏ-ଲିଷ୍ଟର ଅଭିନେତାଙ୍କ ସହ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ପୂର୍ବରୁ ଅଭିନେତା ଏବଂ ଅଭିନେତ୍ରୀଙ୍କ ଫି ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଥିଲା । ତେବେ ବର୍ତ୍ତମାନ ଏହି ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି । ଅନେକ ଅଭିନେତ୍ରୀ ଚଳଚ୍ଚିତ୍ର ପାଇଁ ୧୨ରୁ ୧୪ କୋଟି ପାରଶ୍ରମିକ ଦାବି କରିବା ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଅଭିନେତ୍ରୀ କିଏ,ତାହା ଜାଣିବାପାଇଁ ଅନେକଙ୍କ ମଧ୍ୟରେ ଉତ୍ସୁକତା ରହିଛି । ଏବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ ସବୁଠୁ ଧନୀ । ଏକ ସୂତ୍ର ଅନୁସାରେ,ବର୍ତ୍ତମାନ ବଲିଉଡର ସବୁଠୁ ଧନୀ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ତାଙ୍କ ସଂପତ୍ତିର ପରିମାଣ ୭୩୪ କୋଟି । ଗୋଟିଏ ଫିଲ୍ମ ପାଇଁ ସେ ୬ରୁ ୧୦ କୋଟି ଟଙ୍କା ନିଅନ୍ତି । ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ କରୀନା କପୁରଙ୍କ ସପତ୍ତିର ପରିମାଣ ୪୧୨ କୋଟି ଟଙ୍କା । ଗୋଟିଏ ଫିଲ୍ମ ପାଇଁ ସେ ନିଅନ୍ତି ୧୨ କୋଟି ଟଙ୍କା । ଏହାଛଡ଼ା ସେ ମଡେଲିଂ ତଥା ବିଜ୍ଞାପନ ଫିଲ୍ମରୁ ମଧ୍ୟ ବେଶ୍‌ ରୋଜଗାର କରନ୍ତି । ସେହିପରି,ଐଶ୍ୱର୍ଯ୍ୟା ରାୟଙ୍କର ସଂପତ୍ତି ପରିମାଣ ୨୨୭ କୋଟ ହୋଇଥିବା ବେଳେ ସେ ଫିଲ୍ମ ପିଛା ୫ରୁ ୬ କୋଟି ଟଙ୍କା ନେଇଥାନ୍ତି । ଦୀପିକା ପାଦୁକୋନଙ୍କ ସଂପତ୍ତିର ପରିମାଣ ୨୨୫ କୋଟି ଟଙ୍କା ହୋଇଥିବା ବେଳେ ସେ ଫିଲ୍ମ ପିଛା ୧୨ରୁ ୧୪ କୋଟି ଟଙ୍କା ନେଉଛନ୍ତି । ପରିଶ୍ରମିକ କ୍ଷେତ୍ରରେ ସମସ୍ତଙ୍କୁ ଆଗରେ ଅଛନ୍ତି ବୋଲି କୁହାଯାଉଛି । କଟ୍ରିନା କୈଫଙ୍କ ସଂପତ୍ତି ପରିମାଣ ୨୨୦ କୋଟି ଟଙ୍କା ହୋଇଥିବା ବେଳେ କାଜୋଲଙ୍କ ସଂପତ୍ତି ପରିମାଣ ୧୮୦ କୋଟି ଟଙ୍କା । କାଜୋଲ ଗୋଟିଏ ଫିଲ୍ମକୁ ନେଉଛନ୍ତି ୪ କୋଟି ଟଙ୍କା ।

hiranchal ad1
Leave A Reply

Your email address will not be published.

eleven − eight =