ହାଜତକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

0 69

ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍‌ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ବେଇଆନ୍‌ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲେ ।୨୦୧୮ରେ ଯେତେବେଳେ କ୍ୟାପଟେନ୍‌ ଅମରିନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ବେଇଆନ୍‌ ବାଲି ଖନନ ମାମଲା ସାମ୍ନାକୁ ଆସିଥିଲା । ପଞ୍ଜାବ ପୁଲିସ୍‌ ଏକ ମାମଲା ରୁଜୁ କରି ଏହି ମାମଲାରେ ଚାଲାଣ ଉପସ୍ଥାପନ କରିଥିଲା । ସେହି ସମୟରେ ଭୂପିନ୍ଦର ସିଂହଙ୍କ ନାଁ ସାମ୍ନାକୁ ଆସିନଥିଲା । ଏଫଆଇଆର୍‌ ମୁତାବକ, ଏହି ମାମଲାରେ ୨୬ ଅଭିଯୁକ୍ତ ଅଛନ୍ତି । ଏଥିରେ ସାମିଲ୍‌ ୬ ଠିକାକାରଙ୍କ ବିରୋଧରେ ଇଡି ତଦନ୍ତ କରୁଛି । ପଞ୍ଜାବ ପୁଲିସ୍‌ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆର୍‌ ଆଧାରରେ ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା । ଇଡି ଅଧିକାରୀଙ୍କ ମୁତାବକ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁଦରତସିଂହ ଦୁଇ ନିର୍ଦ୍ଦେଶକ ସନ୍ଦୀପ ସିଂହ ଓ ଭୂପିନ୍ଦର ସିଂହଙ୍କ ସହ ମିଶି ନୂଆ କମ୍ପାନୀ ଗଠନ କରିଥିଲେ । ପଚରାଉଚରା ପରେ ଇଡି ଭୂପିନ୍ଦରଙ୍କ ସଂପୃକ୍ତି କଥା ଜାଣିବାକୁ ପାଇଥିଲା ।

hiranchal ad1
Leave A Reply

Your email address will not be published.

1 + 5 =