ଖୋଲିଲା ଋଷିଆର ଅସଲ ମୁଖା,ଆକ୍ରମଣର ଅସଲ ଳକ୍ଷ୍ୟ ଖୋଲି କହିଦେଲେ ପୁଟିନ

0 245

କିଭ୍‌ : ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି । ରୁଷିଆ ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି, ଯଦି ୟୁକ୍ରେନ ଏଭଳି ମନୋଭାବ ଜାରି ରଖେ, ତାହେଲେ ୟୁକ୍ରେନ ନିଜର ଦେଶ ହେବାର ମାନ୍ୟତା ହରାଇବ । ଏହାର ଅର୍ଥ ହେଉଛି ରୁଷ୍‌ ୟୁକ୍ରେନକୁ ଦଖଲ କରିନେବ । ପୂର୍ବରୁ କିନ୍ତୁ ରାଷ୍ଟ୍ରପତି ପୁଟିନ୍‌ କହିଥିଲେ ଯେ, ୟୁକ୍ରେନ ଦଖଲ କରିବା ପାଇଁ ତାଙ୍କର କୌଣସି ଯୋଜନା କି ଅଭିପ୍ରାୟ ନାହିଁ । ବର୍ତ୍ତମାନର ୟୁକ୍ରେନ ସରକାର ନିଶ୍ଚୟ ବୁଝିବା ଦରକାର, ଯାହା ସେମାନେ କରୁଛନ୍ତି, ଯଦି ସେମାନେ ସେଇଆ କରି ଚାଲନ୍ତି, ତେବେ ୟୁକ୍ରେନ ଦେଶର ମାନ୍ୟତାକୁ ବିପଦ ଘେରକୁ ଆଣିବ । ଯଦି ଏହା ଘଟେ ତେବେ ଏଥିପାଇଁ ୟୁକ୍ରେନ ହିଁ ଦାୟୀ ରହିବ । ଯୁଦ୍ଧର ୧୦ ଦିନ ପରେ ସିଧାସଳଖ ଏଭଳି ଚେତାବନୀ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଥମେ ପୁଟିନ କହୁଥିଲେ, ରୁଷିଆ ସେନା ୟୁକ୍ରେନକୁ ଦଖଲ କରିବ ନାହିଁ । ସେମାନେ ୟୁକ୍ରେନର ସାମରିକ ଶକ୍ତି ଏବଂ ନାଜି ଶକ୍ତିକୁ ହଟାଇବେ । କିନ୍ତୁ ଅନେକ ସ୍ଥାନରେ ୟୁକ୍ରେନ ସେନାର ଜବରଦସ୍ତ ମୁକାବିଲା ପରେ ଏଭଳି ସ୍ୱର ବଦଳାଇଛନ୍ତି ରୁଷିଆ ରାଷ୍ଟ୍ରପତି । ସିଧାସଳଖ କହୁଛନ୍ତି ଯଦି ୟୁକ୍ରେନ ଆତ୍ମସମର୍ପଣ ନକରେ ତେବେ ସେମାନେ ୟୁକ୍ରେନକୁ ଦଖଲ କରିନେବେ ଏବଂ ରୁଷିଆ ସହିତ ମିଶାଇ ଦେବେ । ରବିବାର ଦିନ ୟୁକ୍ରେନ ମିଲିଟାରୀ ଏକ ଫେସବୁକ ପୋଷ୍ଟରେ କହିଛି, ରୁଷିଆ ସେନାଙ୍କୁ ସେମାନେ ଜୋରଦାର ମୁକାବିଲା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

two − 1 =