ନରମିଲେ ପୁଟିନ୍‌ : ଜାଣନ୍ତୁ,କ’ଣ କହିଲେ

0 119

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣର ୧୪ଦିନ ପରେ ନରମିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ପୂର୍ବରୁ ୟୁକ୍ରେନକୁ ଦଖଲ କରିବା ପାଇଁ ଏବଂ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହଟାଇବା ପାଇଁ ରୁଷ ଯୁଦ୍ଧ କରୁଥିବା କଥା କହୁଥିବା ବେଳେ ଏବେ ନିଜର ସ୍ୱର ବଦଳାଇଛନ୍ତି ପୁଟିନ୍‌ । ରୁଷ କହିଛି ଯେ ଆମେ ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁ ନାହୁଁ । ଜେଲେନସ୍କି ସରକାରକୁ ହଟାଇବା ନେଇ ଆମର କୌଣସି ଉଦ୍ଦେଶ୍ୟ ନାହିଁ । ଏହା ପୂର୍ବରୁ ରୁଷ କହିଥିଲା ଯେ ବର୍ତ୍ତମାନ ୟୁକ୍ରେନ ସହ ଆଲୋଚନା ଆଗକୁ ବଢିଛି ଏବଂ କିଛି ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ଆଗକୁ ବଢିଛି । ତେବେ ସେହି ପ୍ରସଙ୍ଗଗୁଡିକ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କେବଳ ରୁଷ ନୁହେଁ ୟୁକ୍ରେନ ମଧ୍ୟ ଧିରେ ଧିରେ ମୁଣ୍ଡ ନୁଆଁଉଥିବା ଦେଖାଯାଇଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସେ ନାଟୋରେ ଯୋଗଦେବା ଉପରେ ଅଧିକ ଧ୍ୟାନ ଦେଉ ନାହାଁନ୍ତି । ‘ନାଟୋ’ ୟୁକ୍ରେନ୍‌କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ଆମର ହୃଦ୍‌ବୋଧ ହେବା ପରେ ଦୀର୍ଘ ସମୟ ଧରି ସେ ପ୍ରସଙ୍ଗରେ ଚୁପ୍‌ ରହିଛି । ‘ନାଟୋ’ ବିବାଦୀୟ ପ୍ରସଙ୍ଗ ଏବଂ ରୁଷ୍‌କୁ ମୁକାବିଲା କରିବା ଲାଗି ଭୟ କରୁଛି । କୌଣସି ଜିନିଷ ପାଇଁ ଆଣ୍ଠୁମାଡି ଭିକ୍ଷା ମାଗିବା ଦେଶର ସେ ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 2 =