ଭୂକମ୍ପରେ ଥରିଲା ଜାପାନ,ଜାରି ହେଲା ସୁନାମି ଆଲର୍ଟ

0 75

ଟୋକିଓ: ଜାପାନରେ ଆଜି ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି । ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି । ସେହିପରି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି । ନାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ବୁଧବାର ରାତି ୮.୦୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ଟୋକିଓର ଉତ୍ତରପୂର୍ବ ଦିଗ ଠାରୁ ୨୯୭ କିମି ଦୂରରେ ରହିଛି । ଭୂପୃଷ୍ଠରୁ ୮୧ କିମି ଗଭୀରରେ ଭୂକମ୍ପ ସୃଷ୍ଟି ହୋଇଥିଲା । ଫଳରେ ଟୋକିଓ, କାନଜୱା, ୟୋକୋହାମା, ନିଗାଟ, ସେନଡାଇ ଭଳି ଅଞ୍ଚଳରେ ବଡଧରଣର ଝଟକା ଅନୁଭୂତ ହୋଇଛି । ସେହିପରି ଏକାଧିକ ଘରରେ ଫାଟ ଚିହ୍ନ ସୃଷ୍ଟି ହୋଇଛି । ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ ସୁନାମି ଆଲର୍ଟ ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

four × 5 =