ରାହୁଲ,ପ୍ରିୟଙ୍କାଙ୍କୁ ସମାଲୋଚନା କରି ପଦବୀ ହରାଇଲେ ବରିଷ୍ଠ ଦଳୀୟ ନେତା

0 71

ଚେନ୍ନାଇ,୫/୪ : ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳକୁ ସଜାଡ଼ିବା ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ବିଶେଷକରି,ବିଦ୍ରୋହୀ ନେତାମାନଙ୍କୁ ସାବାଡ଼ କରିବା ପାଇଁ ସୋନିଆ ଗାନ୍ଧି ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନେଉଛନ୍ତି । ଯେଉଁମାନେ ଖୋଲାଖୋଲିଭାବେ ସୋନିଆ,ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ସମାଲୋଚନା କରୁଛନ୍ତି,ସେମାନଙ୍କୁ ଉଚିତ ଶିକ୍ଷା ଦିଆଯାଉଛି । ଏହି କ୍ରମରେ ଜଣେ ବରିଷ୍ଠ ନେତା ବଳି ପଡ଼ିଛନ୍ତି । କଂଗ୍ରେସର ସୁରକ୍ଷା ପାଇଁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜ ଦାୟିତ୍ୱରୁ ଓହରି ଯିବା ଦରକାର ବୋଲି କହିଥିବା ନେତାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରି ବୟାନ ଦେଇଥିବା କଂଗ୍ରେସ ନେତାଙ୍କୁ ଆଜି ତାମିଲନାଡୁ ମୁଖପାତ୍ର ପଦରୁ ବିଦା କରାଯାଇଛି । ଏଆଇସିସି ସଦସ୍ୟ ଆମେରିକାଇ ଭି ନାରାୟଣ ହିଁ ଏପରି ବୟାନ ଦେଇଥିଲେ । ସେ କହିଥିଲେ ଯେ କଂଗ୍ରେସ ଛାଡିଥିବା ମମତା ବାନାର୍ଜୀ, ଜଗନ ମୋହନ ରେଡ୍ଡୀ ଓ କେ ଚନ୍ଦ୍ରଶେଖର ରାଓଙ୍କୁ ପୁଣି ଦଳକୁ ଫେରାଇ ଆଣିବା ଉଚିତ । ଭାରତୀୟଙ୍କ ବିଶ୍ୱାସ ଜିତିବାକୁ ହେଲେ ମମତା ବାନାର୍ଜୀ, ଶରଦ ପାୱାର, ଜଗନ ମୋହନ ରେଡ୍ଡୀ, କେ ଚନ୍ଦ୍ରଶେଖର ରାଓଙ୍କ ଭଳଇ ନେତାମାନଙ୍କୁ ଫେରାଇ ଅଣାଯିବା ଦରକାର । ସେମାନେ ଗଠନ କରିଥିବା ଦଳ କଂଗ୍ରେସରେ ଲୀନ ହେବାର ବ୍ୟବସ୍ଥା ହେବା ଜରୁରୀ । ଏହା ବାହାର ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବ ଓ କଂଗ୍ରେସ ମଧ୍ୟ ଆଗକୁ ବଢିବ । ଯଦି ମମତା ବାନାର୍ଜୀ ଫେରିବେ, ତା’ହେଲେ ସେ ସମସ୍ତଙ୍କୁ ମନେଇ ପାରିବେ ।”ଦକ୍ଷିଣ ଭାରତରେ ଗାନ୍ଧି ପରିବାରକୁ କୌଣସି ନେତା ଖୋଲାଖୋଲି ଟାର୍ଗେଟ କରିବା ବିରଳ ଘଟଣା । ନାରାୟଣ ମଧ୍ୟ ଜି-୨୩ ଗୋଷ୍ଠୀରେ ନାହାନ୍ତି । ତଥାପି ସେ କଂଗ୍ରେସର ପୁନର୍ଜୀବିତ ପାଇଁ କିଛି ପ୍ରସ୍ତାବ ଗଣମାଧ୍ୟମ ଆଗରେ ରଖି ଚର୍ଚ୍ଚାକୁ ଆସିଛନ୍ତି । “ତୃଣମୂଳ ଅପେକ୍ଷା କଂଗ୍ରେସରେ ମମତା ରହିଲେ ବେଶ ସହଜରେ ପ୍ରଧାନମନ୍ତ୍ରୀ ହୋଇପାରିବେ”ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

18 + sixteen =